ନିଶ୍ଚିନ୍ତକୋଇଲି ମିଡିଆବ୍ରଦର୍ସ ପକ୍ଷରୁ ଉତ୍କଳ ଦିବସ ପାଳିତ

0

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ପି.ପି. କଲେଜ ଛକ ତାରିଣୀ ମନ୍ଦିର ପରିସରରେ ମିଡିଆ ବ୍ରଦର୍ସ ପକ୍ଷରୁ ୮୭ତମ ବାର୍ଷିକ ଉତ୍କଳ ଦିବସ ପାଳିତ ହୋଇଯାଇଛି । ମିଡିଆ ବ୍ରଦର୍ସର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ରାଉତଙ୍କ ସଭାପତିତ୍ୱରେ ପ୍ରତ୍ୟେକ ଓଡିଆ ମାଆ , ମାତୃଭୂମି, ମାତୃଭାଷା ପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଅଙ୍ଗୀକାରବଦ୍ଧତା ହେବା ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସଭାପତି ରମେଶ ଚନ୍ଦ୍ର ଜେନା, କୋଷାଧ୍ୟକ୍ଷ ଜଗନ୍ନାଥ ପଣ୍ଡା, ପଲ୍ଲୀଠାରୁ ଦିଲ୍ଲୀ ଖବରକାଗଜର ସଂପାଦକ ଉମାଶଙ୍କର ସାହୁ, ସାମ୍ବାଦିକ ଦେବେନ୍ଦ୍ର ଷଢଙ୍ଗୀ, ପ୍ରମୋଦ ସ୍ୱାଇଁ, ସତ୍ୟଜିତ୍ ମହାପାତ୍ର, ପ୍ରକାଶ ଚନ୍ଦ୍ର ରାଉଳ ପ୍ରମୁଖ ଯୋଗଦେଇ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ମୁଖ୍ୟବିନ୍ଧାଣୀ ମଧୂସୂଦନ ଦାସ, କର୍ମବୀର ଗୌରୀଶଙ୍କର ରାୟ, ଫକୀରମୋହନ ସେନାପତି, ଉକ୍ରଳମଣୀ ଗୋପବନ୍ଧୁ ଦାସ, ଗୋଦାବରୀଶ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ମନୀଷିମାନଙ୍କର ଦୃଢ ସଂକଳ୍ପ ଓ ନିଷ୍ଠାପର ଦେଶପ୍ରେମ ଇତିହାସ ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଓଡିଶାବାସୀଙ୍କ କର୍ମପ୍ରବଣତା କିଭଳି ଉଜ୍ଜୀବିତ ହେବ ସେ ନେଇ ଉଦ୍ୟମ ଜାରୀ ରଖିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ ।

 

Leave A Reply

Your email address will not be published.