ଭୁବନେଶ୍ୱର ବିୟୁଟିମେକର୍ସ ୱେଲଫେୟାର ଆସୋସିଏସନର ଦକ୍ଷତା ବିକାଶ ଶିବିର

0

ଭୁବନେଶ୍ୱର : ଆଜି ସ୍ଥାନୀୟ ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ ଭୁବନେଶ୍ୱର ବିୟୁଟିମେକର୍ସ ୱେଲଫେୟାର ଆସୋସିଏସନ୍ ତରଫରୁ ଏକ ଆଧୁନିକ ମେକଅପ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାର ବିୟୁଟିସିଆନ୍ ଆସି ଯୋଗ ଦେଇଥିଲେ । ବିୟୁଟି ମେକର୍ସ ୱେଲ୍ଫେୟାର ଆସୋସିଏସନ୍ ର ରାଜ୍ୟସଭାପତି ପ୍ରବୀଣା ତି୍ରପାଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ମର୍ଡନ ମେକଅପ୍ କାର୍ଯ୍ୟକ୍ରମରେ ବିୟୁଟିସିଆନ୍ ମାନଙ୍କୁ ଟ୍ରେନିଙ୍ଗ୍ ଦେବାପାଇଁ କଲିକତାର ମେକ୍ଅପ୍ studio ଦାୟିତ୍ୱ ନେଇ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଶିଷ୍ଟ ବେଙ୍ଗଲି ମେକଅପ୍ ପ୍ରଶିକ୍ଷକ ଆକାଂକ୍ଷା ଶର୍ମା ଏବଂ ତାଙ୍କର ପୁରା ଟିମ୍ ବିୟୁଟିସିଆନ୍ ମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ବିୟୁଟିସିଆନ୍ ମାନେ ଆଜିକାଲି ବଜାରେ ମିଳୁଥିବା ଅତ୍ୟାଧୁନିକ ପ୍ରଡକ୍ଟର ବ୍ୟବହାର ଏବଂ ଗ୍ରାହକମାନଙ୍କର ମନପସନ୍ଦର ଚାହିଦାକୁ ପୂରଣ କରିବା ପାଇଁ ଏହିପ୍ରକାର ଆଧୁନିକ ମେକ୍ଅପ୍ ପ୍ରଣାଳୀର ଶିକ୍ଷା ଦିଆଯାଇଥିଲା । ଭୁବନେଶ୍ୱର ବିୟୁଟି ମେକର୍ସ ୱେଲ୍ଫେୟାର ଆସୋସିଏସନ୍ ତରଫରୁ ବିନା ମୂଲ୍ୟରେ ବିୟୁଟିସିଆନ୍ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା । ଆଗକୁ ମଧ୍ୟ ସବୁ ବିୟୁଟିସିଆନ୍ ମାନଙ୍କୁ ଏହିଭଳି ଭାବେ ନୂତନ ନୂତନ କାର୍ଯ୍ୟକ୍ରମର ଶିକ୍ଷା ସମ୍ପୂର୍ଣ୍ଣ ମାଗଣାରେ ଆସୋସିଏସନ ତରଫରୁ ଯୋଗାଇ ଦିଆଯିବ ବୋଲି ଆସୋସିଏସନ୍ର ସଭାପତି ପ୍ରବୀଣା ତ୍ରିପାଠୀ ପ୍ରକାଶ କରିଛନ୍ତି । ସବୁ ବିୟୁଟିସିଆନ୍ ମାନଙ୍କୁ ଯୋଗାଯୋଗ କରାଯାଉଅଛି ଏବଂ ସେମାନଙ୍କୁ ଆଧୁନିକ ପ୍ରଣାଳିରେ ଶିକ୍ଷା ଦେବାପାଇଁ ଆସୋସିଏସନ୍ ତରଫରୁ ବ୍ୟବସ୍ଥା କରାଯିବା ସହିତ ଯେଉଁମାନେ ଆମ ପାଖକୁ ଆସିପାରୁନାହାଁନ୍ତି ଆସୋସିଏସନର ଦକ୍ଷ ବିୟୁଟିସିଆନ୍ ମାନେ ସେମାନଙ୍କ ପାଖକୁ ଯାଇ ଟ୍ରେନିଂ ଦେବାପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସଭାପତି ଶ୍ରୀମତୀ ତ୍ରିପାଠୀ ପ୍ରକାଶ କରିଛନ୍ତି । ସେହିଭଳି ଆମେ ନୂଆ ନୂଆ ଚାଲେଞ୍ଜ ମୁକାବିଲା କରୁଛୁ, ଆମ ସଂଘରେ ଦକ୍ଷ ବିୟୁଟିସିଆନମାନେ  ଅଛନ୍ତି, ଗ୍ରାହକମାନଙ୍କର ଚାହିଦା ପୂରଣ କଲାଭଳି ସବୁ ପ୍ରକାର ଟ୍ରେନିଂ ପାଇଛୁ ଏବଂ ଆମ ସଂଘ ଓଡ଼ିଶାର ସର୍ବଶ୍ରେଷ୍ଠ ସଂଘ, ସମସ୍ତେ ମିଳିମିଶି ଏକ ମନ ନେଇ କାମ କରୁଛୁ ବୋଲି କହିଛନ୍ତି ଆସୋସିଏସନର ସମ୍ପାଦିକା ବନଜା ପ୍ରଧାନ । ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ବିୟୁଟିସିଆନ୍ ମାନଙ୍କୁ ପ୍ରାରମ୍ଭିକ ଶିକ୍ଷା ଦେଇ ଛାଡ଼ି ଦେଉଥିବା ବେଳେ ଆମ ସଂଘ ତରଫରୁ ଦକ୍ଷ ବିୟୁଟିସିଆନ୍ ମାନଙ୍କୁ ନେଇ ନୂଆ ନୂଆ ପିଲାମାନଙ୍କୁ ଅତ୍ୟାଧୁନିକ ଶିକ୍ଷା ଦେବାରେ ସକ୍ଷମ ହୋଇପାରୁଛୁ ବୋଲି କହିଛନ୍ତି ସମ୍ପାଦିକ ଶ୍ରୀମତୀ ପ୍ରଧାନ । ବିନା ମୂଲ୍ୟରେ ସମସ୍ତେ ଭଲ ଶିକ୍ଷା ପାଉଥିବାରୁ ଏବଂ ସମସ୍ତେ ଏକ ମନ ହେଇ କାମ କରୁଥିବାରୁ ଆମେ ବହୁତ ଉତ୍ସାହିତ ବୋଲି ଦୀର୍ଘଦିନ ଦିଲ୍ଲୀରେ ବିୟୁଟିପାର୍ଲରରେ କାମ କରିଥିବା ପହି ମାଡାମ୍ ପ୍ରକାଶ କରିବା ସହିତ ଆସୋସିଏସନର କୋଷାଧ୍ୟକ୍ଷ ବାସନ୍ତୀ ମାଡାମ୍ ଏଭଳି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.