ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଭଦ୍ରକ ମଧ୍ୟରେ ଖୁବ ଶୀଘ୍ର ଗଡ଼ିବାକୁ ଯାଉଛି ମେମୁ ପାସେଞ୍ଜର ଟ୍ରେନ। ଅପ୍ରେଲ ମାସ ପ୍ରଥମ ସପ୍ତାହରୁ ଏହି ଟ୍ରେନ ଚଳାଚଳ କରିବ ବୋଲି ବିଭାଗ ପକ୍ଷରୁ ଆଭାସ ମିଳିଛି। ତେବେ ବିଧିବଦ୍ଧ ଭାବେ ଏ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ମିଳିଥିବା ସୂଚନା ଅନୁସାରେ ଭଦ୍ରକରୁ ଏହି ଟ୍ରେନ ସକାଳ ୫:୪୫ରେ ବାହାରି କଟକରେ ୮:୪୦ରେ ପହଞ୍ଚିବ । ସେଠାରୁ ଭୁବନେଶ୍ୱର ଆସି ସକାଳ ୯:୩୦ରେ ଛାଡ଼ି ନୟାଗଡ଼ ଟାଉନ ଷ୍ଟେସନରେ ୧୧:୩୦ରେ ପହଞ୍ଚିବ। ସେହିପରି ଅପରାହ୍ନ ୪ଟା ରେ ନୟାଗଡ଼ ଛାଡି ଭଦ୍ରକରେ ରାତି ୧୦:୩୦ରେ ପହଞ୍ଚିବ। ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ନୟାଗଡ଼ ଭଦ୍ରକ ମଧ୍ୟରେ ଟ୍ରେନ ଚଳାଇବା ପାଇଁ ବିଭାଗକୁ ଚିଠି ଲେଖି ଦାବି କରିଥିଲେ।
Sign in
Sign in
Recover your password.
A password will be e-mailed to you.