ଜନ କଲ୍ୟାଣ ପ୍ରତିଷ୍ଠାନ ଗଜପତି ଆନୁକୁଲ୍ୟରେ ଭବ୍ୟ ସମ୍ବର୍ଦ୍ଧନା

0

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆପନ୍ନା ପରିଚ୍ଛା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ (ଗଜପତି) ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ପୌରହିତ୍ୟରେ ଏକ ଭବ୍ୟ ସଂବର୍ଥନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ତଥା ଗଜପତିର ପୁରାତନ ଅନୁଷ୍ଠାନ ଜନ କଲ୍ୟାଣ ପ୍ରତିଷ୍ଠାନର ପ୍ରାଣ କର୍ତ୍ତା , ନିର୍ଦ୍ଦେଶକ ,ସମ୍ପାଦକ ଦୁର୍ଗାମାଧବ ପଣ୍ଡା ବକ୍ତବ୍ୟ ପ୍ରସଙ୍ଗରେ କହିଲେ ଏହି ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ଜିଲ୍ଲାର ଏକମାତ୍ର ବିଦ୍ୟାଳୟ ଭାବେ ରାଜ୍ୟ ସ୍ତରୀୟ ସମ୍ମାନ ପାଇଛି , ଏହାଠାରୁ ଗୌରବ ଆଉକିଛି ନାହିଁ।
ଏହି ଅବସରରେ ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଶିକ୍ଷକ/ଶିକ୍ଷିକାଙ୍କ ନିସର୍ଥ ଶିକ୍ଷା ଦେବା ଆମ ଜିଲ୍ଲା ପାଇଁ ଆଣିଦେଇଛି ଏକ ବିରଳ ଗୌରବ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷ diet ଡାକ୍ତର ମୁର୍ମୁ , ଏମ୍ ଉମାପତି , ମୂରଲୀଧର ପରିଚ୍ଛା ,ସୁଲୋଚନା ରଇତ , ପ୍ରଧାନ ଶିକ୍ଷୟତ୍ରୀ ମୋନିଜିନୀ ପାତ୍ର , ବର୍ଷା ରାଉତ , ରଜେଶ୍ୱରୀ ସ୍ୱାଇଁ , ଅଭୀପସା ଶବର ଯୋଗ ଦାନ କରି ନିଜସ୍ଵ ମତ ଦେଇଥିଲେ। ଶେଷରେ ସମସ୍ତ ଶିକ୍ଷକ ମାନଙ୍କୁ ଉତ୍ତରୀୟ ପ୍ରମାଣପତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ଜନକଲ୍ୟାଣ ପ୍ରତିଷ୍ଠାନ ଉତ୍ସବ ମୁଖର ସହ ସେମାନଙ୍କୁ ଆନ୍ତରିକ ସମ୍ବର୍ଦ୍ଧନା ଦେଇଥିଲେ।

Leave A Reply

Your email address will not be published.