ଭୁବନେଶ୍ୱର, ୨୫/୦୩: ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍)ର ନର୍ସିଂ ସର୍ଭିସେସ୍ର ମୁଖ୍ୟ ଶ୍ରୀମତି ଏନ୍. ଆୟେଶାଙ୍କୁ ‘ସି ହେଲ୍ଥ୍ ହିରୋଜ୍ – ରେକଗ୍ନାଇଜିଂ ୱିମେନ୍ ଇନ୍ ଆଲାଏଡ୍ ହେଲ୍ଥ୍ କେୟାର୍’ ସମ୍ମାନରେ ସମ୍ମାନିତ କରାଯାଇଛି ।
ଶୁକ୍ରବାର ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ମହିଳା ଦିବସ ‘ୱାଓ ୱିମେନ୍ -୨୦୨୩’ ପାଳନ ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କର ସମାଜ ପ୍ରତି ଥିବା ଉତ୍ସର୍ଗୀକୃତ ସେବା, ଅବଦାନ ଓ ଉଦ୍ୟମକୁ ସମ୍ମାନ ଜଣାଇ ତାଙ୍କୁ ‘ସି ହେଲ୍ଥ ହିରୋଜ୍’ ସମ୍ମାନ ପ୍ରଦାନ କରାଯାଇଛି ।
ଶ୍ରୀମତି ଆୟେଶାଙ୍କ ସମେତ ନିଜ ବୃତିରେ ଅତୁଳନୀୟ ପ୍ରତିଭା ପ୍ରଦର୍ଶନ କରିଥିବା ଅନ୍ୟାନ୍ୟ ଡାକ୍ତରଖାନାର ୧୪ ଜଣ ନର୍ସିଂ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗୀ କର୍ମଚାରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତି ଉଷା ପାଢୀ, ମୁଖ୍ୟବକ୍ତା ଭାବେ କ୍ୟାପିଟାଲ୍ ହସ୍ପିଟାଲ୍ ପିଜି ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶିକା ପ୍ରଫେସର ନିବେଦିତା ପାଣି ଏବଂ ଭୁବନେଶ୍ୱର ସ୍ଥିତ ‘ଇନ୍ଦିରା ଆଇଭିଏଫ୍ ଫର୍ଟିଲିଟି ସେଂଟର’ର ମୁଖ୍ୟ ଡାକ୍ତର ଲିପ୍ସା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.