କାମାକ୍ଷାନଗର,(ରିତେଶ ବ୍ରହ୍ମା):ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପାଞ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ଜୟପୁରାକାଟେଣି ପଞ୍ଚାୟତ ଶୁଣ୍ଢିକାଟେଣୀ ଗ୍ରାମ୍ୟ ଜଙ୍ଗଲରେ ଲାଗିଛି ନିଆଁ ।ଏହି ଅଗ୍ନିକାଣ୍ଡରେ ଏକର ଏକର ଜଙ୍ଗଲ ନିଆଁରେ ଜଳିବା ଦ୍ୱାରା ଜଙ୍ଗଲ ନଷ୍ଟ ହେବା ସାଙ୍ଗକୁ ପରିବେଶ ପ୍ରଦୂଷଣ ବଢୁଛି ।ଏଥିସହ ଉତ୍ତାପ ବଢ଼ିବାରେ ଲାଗିଛି ।ସରକାର ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ନିଆଁ ଦାଉରୁ ରକ୍ଷା କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।ଖାଲି ପ୍ରଚାର ପ୍ରସାରରେ ମାଧ୍ୟମରେ ବନ ବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା କାମ ହେଉଥିବା ଅଭିଯୋଗ ହେଉଅଛି ।କୁଟୁରିଆ ଗ୍ରାମ ଦେଇ କାମାକ୍ଷାନଗର କୌଣସି କାମରେ ସେହି ରାସ୍ତା ଦେଇ ଯାଉଥିଲେ କଙ୍କଡାହାଡ଼ ଜୋନ୧ ଜିଲ୍ଲାପରିଷଦ ସଦସ୍ୟ ନବକିଶୋର ସାହୁ ଜଙ୍ଗଲ ଜଳୁଥିବା ଦେଖି ନିଜେ ଡାଳ ସାହାଯ୍ୟରେ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ ।ଜିଲ୍ଲାପରିଷଦ ସଦସ୍ୟଙ୍କ ଏମିତି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।ସାରା ରାଜ୍ୟରେ ଜଙ୍ଗଲ ଜଳୁଥିବା ଖବର ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ହେଉଥିବା ବେଳେ ଜଣେ ଜନ ପ୍ରତିନିଧି ନିଜେ ନିଆଁ ଲିଭାଇ ସମାଜକୁ ସଚେତନତାର ବାର୍ତା ଦେବା ଏକ ପ୍ରଶଂସନିୟକାର୍ଯ୍ୟ ।
Sign in
Sign in
Recover your password.
A password will be e-mailed to you.
Prev Post