ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ମାନ୍ୟବର ଜିଲ୍ଲା ଦୌରା ଜଜ୍ ତଥା ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ କାଶୀନଗର ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ରବିନାରାୟଣ ବେହେରା ଯୋଗ ଦେଇ ସ୍ଥାୟୀ ଲୋକ ଅଦାଲତ କଣ ଏବଂ କାର୍ଯ୍ୟ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଇଥିଲେ ଏବଂ ଆଇନ ସେବା ପ୍ରାଧିକରଣ ବିଭିନ୍ନ ଯୋଜନା ଯଥା :- ପିଡିତା କ୍ଷତିପୂରଣ ରାଶି , ମାଗଣା ଆଇନସେବା , ଲୋକ ଅଦାଲତ ଉପରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ , କାଶୀନଗର ଶ୍ରୀ କପିଳେଶ୍ୱର ତାଣ୍ଡି , କାଶୀନଗର ପୋଲିସ ଷ୍ଟେସନ ଆଇ ଆଇ ସି , ଶ୍ରୀ ସୁଶାନ୍ତ କୁମାର ସାହୁ ଓ ସି ଡି ପି ଓ , କାଶୀନଗର ଶ୍ରୀମତୀ କନକଲତା ପୂଜାରୀ ଯୋଗ ଦେଇ ମହିଳା ଓ ଶିଶୁ ମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନା ବିଷୟରେ ସଚେତନତା କରାଇଥିଲେ।
କାର୍ଯ୍ୟକ୍ରମ ଶେଷରେ କିଛି ଲୋକଙ୍କ ରହିଥିବା ଆଇନଗତ ସମସ୍ୟାର ସମାଧାନ କିପରି ହୋଇପାରିବ ଏବଂ ଏହି ବିଷୟରେ ପ୍ରାଧିକରଣର ଭୂମିକା କଣ ଉକ୍ତ ଲୋକଙ୍କୁ ସଚେତନତା କରାଇଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.