ଡ଼ାକ୍ତର ସମସ୍ୟା ର ସମାଧାନ ଦାବି ନେଇ ତେଜିଲେ ଗୁଣପୁରବାସୀ

0

ଗୁଣପୁର ରୁ ସନ୍ତୋଷ କୁମାର ଚୌଧରୀ: ଆଜିରାୟଗଡ଼ା ଜିଲ୍ଲା ଗୁଣପୁରର ଠାରେ ଡ଼ାକ୍ତର ସମସ୍ୟାର ସମାଧାନ ନେଇ ଗୁଣପୁର ଉପଖଣ୍ଡ ବିକାଶ ପରିଷଦ ଗୁଣପୁର ଜନସାଧାରଣ ତରଫରୁ ଗୁଣପୁର ପୁରୁଣା ବସ୍ ଷ୍ଟାଣ୍ଡ ଗାନ୍ଧୀ ପ୍ରତିମୂର୍ତ୍ତୀ ଠାରୁ ଏକ ପଦଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଉକ୍ତ ଡ଼ାକ୍ତର ସମସ୍ୟାର ସମାଧାନ କୁ ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ମେଡିକାଲ ରେ ୧୯ ଜଣ ଡାକ୍ତର ଥିବାବେଳେ ମାତ୍ର ୩ ଜଣ ସ୍ଥାୟୀ ଓ 2 ଜଣ ଅ ସ୍ଥାୟୀ ଡାକ୍ତର ଅଛନ୍ତି । ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁଥିପାଇଁ କି ଲୋକେ ବିଶାଖାପାଟଣା କିମ୍ବା ଭୁବନେଶ୍ୱର , ବ୍ରହ୍ମପୁର କୁ ସ୍ଥାନାନ୍ତର ହେଉଥିବା ଦେଖିବାକୁ ମିଳୁଛି |ଏ ନେଇ ଆଜି ଗୁଣପୁର ଉପଖଣ୍ଡ ବିକାଶ ପରିଷଦ ତରଫରୁ ଗୁଣପୁର ଉପଜଲ୍ଲାପାଳଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଉଦ୍ଦେଶ୍ୟରେ ଏହି ଦାବିପତ୍ର ଦିଆଯାଇଛି |

Leave A Reply

Your email address will not be published.