ଧର୍ମ ପରାୟଣା ମହିଳାଙ୍କ ପରଲୋକ

0

ପାଇକମାଳ, ୧୫।୩ : ପାଇକମାଳ ବ୍ଲକ୍  ସ୍ବର୍ଗତ ରାମ ପ୍ରସାଦ ସୁନ୍ଦର ତ୍ରିବେଦୀଙ୍କ ଧର୍ମପତ୍ନୀ ରାମକିଶୋରୀ ତ୍ରିବେଦୀ ଙ୍କ ୯୪ ବର୍ଷ ରେ ଗୁରୁବାର ସକାଳ ୧୧ ଘଟିକାରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା ପରୋପକାରୀ ମହିଳା ଥିଲେ । ମୃତ୍ୟୁ ସମୟରେ ତାଙ୍କ ତିନି ପୁଅ ସାନ ପୁଅ ଓକିଲ ମନୋଜ ତ୍ରିବେଦୀ, ଶ୍ରିମୋହନ ତ୍ରିବେଦୀ ୪ ବହୁ ଓ ୪ ଝିଅ ଜ୍ବାଇଁ ଏବଂ ନାତି ନାତୁଣୀ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ପାଇକମାଳ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି । ଆସନ୍ତା ଶୁକ୍ରବାର ଦିନ ପାଇକମାଳ ଶ୍ମସାନ ଘାଟରେ ଶେଷକୃତ କରାଯିବ ବୋଲି ବଡ ପୁଅ ଜଗ ମୋହନ ତ୍ରିବେଦୀ ଜଣାଇଛନ୍ତି । ପୁର୍ବତନ ବିଧାୟକ ସତ୍ୟ ଭୁଷଣ ସାହୁ, ବିଜୟା ନନ୍ଦ ପଟ୍ଟନାୟକ, ବିଜୟ କୁମାର ସ୍ବାଇଁ, ସରୋଜ ସାମଲ, ଅନିଲ କାଲିଆ, ଦିଲ୍ଲିପ ଅଗ୍ରୱାଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ପାଇକମାଲ ମୁଖ୍ୟ ଛକ ଠାରେ ଥିବା ତାଙ୍କର ବାସଭବନରେ ଶେଷ ଦର୍ଶନ କରିଥିଲେ ।

Leave A Reply

Your email address will not be published.