ନୟାଗଡ଼,୧୪/୩:ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ଝୋଲା ଫାଣ୍ଡି ଅଞ୍ଚଳରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି। ଘଟଣାସ୍ଥଳରୁ ୪ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ପୁଲିସ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ା ଝୋଲା ଫାଣ୍ଡି ଅଧିନସ୍ଥ ଡିମିରିପଲ୍ଲୀ ଅଞ୍ଚଳରେ ଦୀର୍ଘଦିନ ଧରି ବେଆଇନ ବନ୍ଧୁକ କାରବାର ହୋଇ ଆସୁଥୁଲା। ଚଢ଼ାଉରେ ୪ଟି ଦେଶୀ ବନ୍ଧୁକ ସମେତ ବନ୍ଧୁକ ନିର୍ମାଣ ଆବଶ୍ୟକ ସରଞ୍ଜାମ ମଧ୍ୟ ଜବତ ହୋଇଛି। ଘଟଣାରେ ଜଗନ୍ନାଥପ୍ରସାଦ ପୁଲିସ ରାମ ମଲ୍ଲିକଙ୍କ ପୁଅ ମୋହନ ମଲ୍ଲିକଙ୍କୁ ଗିରଫ କରିଥିବା ଜଣାପଡିଛି। ଚଢ଼ାଉରେ ଜଗନ୍ନାଥପ୍ରସାଦ ଥାନାଧିକାରୀ ଦିଲୀପ କୁମାର ସ୍ବାଇଁଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.