“ଇଣ୍ଡିଆନ ରୁରାଲ ୱେଲଫେୟାର ଟ୍ରଷ୍ଟ” ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ

0 2

କଟକ: କଟକ ସିଡିଏସ୍ଥିତ ମଙ୍ଗଳା ସାଇ ଠାରେ “ଇଣ୍ଡିଆନ ରୁରାଲ ୱେଲଫେୟାର ଟ୍ରଷ୍ଟ” ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ରବିବାର ଦିନ ପାଳିତ ହୋଇଯାଇଛି |
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିରାମୟ ଯୋଜନା ଉପଦେଷ୍ଟା ଶ୍ରୀଯୁକ୍ତ ରଞ୍ଜନ ବିଶ୍ଵାଳ , କଟକ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ସୃତି ରଞ୍ଜନ ନାୟକ, ସମାଜ ସେବୀ ଶୁଭ୍ରାଂଶୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଟ୍ରଷ୍ଟର ଅଧ୍ୟକ୍ଷା ସମାପ୍ତି ପଟ୍ଟନାୟକଙ୍କର ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉପସଭାପତି ସମୀକ୍ଷା ପଟ୍ଟନାୟକ ପରିଚାଳନା କରିଥିଲେ।

ଏଥିରେ ସହସଂପାଦକ ଶ୍ରୀକାନ୍ତ ମହାପାତ୍ର , କୋଷାଧ୍ୟକ୍ଷ ରଞ୍ଜନ କୁମାର ନାୟକ , ଟ୍ରଷର ଉପଦେଷ୍ଟା ଅବିନାଶ ନାୟକ ପ୍ରମୁଖ ଉପସ୍ଥତି ରହି ସଭା ଆୟୋଜନ କରିଥିଲେ। ଏହି ଅବସରରେ ଗରିବ ଛୋଟ ପିଲାମାନଙ୍କୁ ଖାତା ଓ କଲମ ବଣ୍ଟନ କରାଯାଇଥିଲା। ନାରୀଶକ୍ତିର ମହିଳାମାନେ ଏବଂ ଟ୍ରଷ୍ଟର କର୍ମକର୍ତ୍ତାଙ୍କ ସହଯୋଗ କରିଥିବାରୁ ଟ୍ରଷ୍ଟ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.