ନବରଙ୍ଗପୁର/ଅଶୋକ ସାହୁ :ନବରଙ୍ଗପୁର ଜିଲ୍ଲା,ରାଇଘର ବ୍ଲକ ଅନ୍ତର୍ଗତ କାଚନାପାରା ତିନି ,ପଞ୍ଚାୟତରେ ଦେଖିବାକୁ ମିଳିଛି ମନେରେଗା ( MGNREGA) କାର୍ଯ୍ୟ ର ମହା ଦୁର୍ନୀତି, ସରକାରଙ୍କ ଯୋଜନା ଅନୁସାରେ ପ୍ରତ୍ୟେକ ଜବ କାର୍ଡ ଧାରୀ ଲୋକଙ୍କୁ ବର୍ଷ କୁ ଶହେ(100) ଦିନର କାମ ଜଗାଇ ଦେବାର ବ୍ୟବସ୍ଥା ରହିଥିଲେ ସୁଦ୍ଧା କୌଣସି ସଫଳତା ମିଳୁ ନାହିଁ | ବିଭିନ୍ନ ସ୍ଥାନ ମାନଙ୍କ ଠାରେ ମିସିନ ଲଗାଇ କାମ କରିବାର ଦିଖିବାକୁ ମିଳୁଛି । ଫଲରେ ଏହି ଅଞ୍ଚଳର ଜବ କାର୍ଡ ଧାରୀ ମାନେ କୌଣସି କାମ ନ ପାଇ ପରିବାର ଭରଣ ପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଏବଂ ବହୁତ ଅସୁବିଧା ସମ୍ମୁଖିନ ହୋଇ ବହୁ ଦାନଦ ନିଜର ପ୍ରାଣ ମଧ୍ୟ ହରାଉଥିବା ର ଦେଖିବାକୁ ମିଳିଛି,, । କିନ୍ତୁ ପରିତାପର ବିଷୟ କାଚନାପରା ତିନି, ପଞ୍ଚାୟତରେ ସରପଞ୍ଚ, ଠିକାଦାର ଓ ଗ୍ରାମିଣ ରୋଜଗାର ସେବକ (G.R.S) ଙ୍କ ମଧୁ ଚନ୍ଦ୍ରିକା ରେ ଏମାନେ ମାଳା ମାଲ ହେବାର ଦେଖିବାକୁ ମିଳୁଛି |ଏହିପରି ଅନେକ ସୂଚନା ରହିଥିବାବେଳେ ଗୋଟିଏ ସୂଚନା ରୁ ଜଣାପଡିଛି ଯେ ,ଦୁଇ ରୁ ତିନି ବର୍ଷର ପୁରୁଣା ଡ୍ରେନକୁ, ନୂତନ ସୂଚନା ଫଳକ ତିଆରି କରି ତିନି ଲକ୍ଷ୍ୟ ଟଙ୍କାର ମହା ଦୁର୍ନୀତି ହୋଇ ଥିବାର ଅଭିଯୋଗ ହେଉଛି। ବର୍ତ୍ତମାନ ବାକି ରହିଲା ପ୍ରଶାସନ ଏଥିପ୍ରତି କଣ ପଦକ୍ଷେପ ନେଉଛନ୍ତି. |
Sign in
Sign in
Recover your password.
A password will be e-mailed to you.
Prev Post