କଳିଙ୍ଗନଗର: ଆନ୍ତର୍ଜାତିକ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ସୋମବାର ଟାଟା ଷ୍ଟିଲ କଳିଙ୍ଗନଗରର ମାନବ ସମ୍ବଳ ବିଭାଗ ପକ୍ଷରୁ ପ୍ଲଟ୍-୨ ହାଉସିଂ କମ୍ପେ୍ଲକ୍ସରେ ଆୟୋଜନ କରାଯାଇଥିବା ଏକ ମେଗା କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସି୍କେ) ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମଜରିଆରେ ମହିଳା ଶ୍ରମଶକ୍ତିଙ୍କ ଭାବକୁ ସଲାମ କରାଯାଇଥିଲା ।
ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟର କିଟ୍ ସ୍କୁଲ ଅଫ୍ ଲ’ର ସହକାରୀ ପ୍ରଫେସର ଡକ୍ଟର ଶ୍ୟାମାନ୍ତକ ମିଶ୍ର ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିଏସ୍କେର ମେକାନିକାଲ୍ ମେଟେଂନାନ୍ସ ବିଭାଗର ଚିଫ୍ ଶଙ୍କର ବିଶ୍ୱାସ, ଟାଟା ଷ୍ଟିଲ୍ର ମହିଳା କର୍ମଚାରୀ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ର ୨୦୦ରୁ ଅଧିକ ମହିଳା କର୍ମଚାରୀ ଅଂଶଗ୍ରହଣ କରିଥିଲେ ଯେଉଁଥିରେ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଅନ୍-ଦି-ସ୍ପଟ୍ ପ୍ରତିିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯାହା ଦର୍ଶକଙ୍କୁ ବାନ୍ଧି ରଖିଥିଲା ।
ଚଳିତ ବର୍ଷର ବିଷୟବସ୍ତୁ “ଏମ୍ପ୍ରାସ୍ଇକ୍ୱିଟି’ (ସମାନତାକୁ ଗ୍ରହଣ କରିବା) ଅନୁସାରେ ଏହି ଉତ୍ସବର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ଅଂଶଗ୍ରହଣକାରୀମାନଙ୍କ ଲାଗି ଏଥିରେ ବିଭିନ୍ନ ପ୍ରକାର କୌତୁହଳପୂର୍ଣ୍ଣ କାର୍ଯ୍ୟକ୍ରମ ସାମିଲ ରହିଥିଲା । ଟିଏସ୍କେର ମହିଳା କର୍ମଚାରୀମାନଙ୍କ ଲାଗି ଫଟୋଗ୍ରାଫି ପ୍ରତିଯୋଗିତା ଓ ରିଲ୍-ପ୍ରସ୍ତୁତି ପ୍ରତିଯୋଗିତା ୨୦୨୩ ମାର୍ଚ୍ଚ ୮ରୁ ଶୁଭାରମ୍ଭ କରାଯାଇଥିଲା ଓ ବିଜେତାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ସୁରକ୍ଷିତ ଓ ଉପଯୁକ୍ତ କାର୍ଯ୍ୟ ସ୍ଥିତି ଏବଂ ଏକ ସୁସ୍ଥକର ଓ ଅନୁକୂଳ କାର୍ଯ୍ୟ ପରିବେଶ ଯାହା ଯେକୌଣସି ପ୍ରକାରର ବୈଷମ୍ୟଠାରୁ ମୁକ୍ତ ସେନେଇ ରହିଥିବା ସମସ୍ୟାଗୁଡ଼ିକର ମୁକାବିଲା ଲାଗି ଉପଯୁକ୍ତ ନୀତି ସୃଷ୍ଟି କରି ମହିଳା କର୍ମଚାରୀଙ୍କୁ ଉତ୍ସାହିତ କରିବା ଲାଗି କଂପାନି ଉଦ୍ୟମ କରୁଛି ।
Sign in
Sign in
Recover your password.
A password will be e-mailed to you.