କଳିଙ୍ଗନଗର ଥାନାରେ ରକ୍ତଦାନ ଶିବିର,୨୨୩ ୟୁନିଟ୍ ରକ୍ତ ସଂଗୃହିତ

0

ଡୁବୁରୀ(ସନାତନ ମହାନ୍ତ) -ବୁଧବାର କଳିଙ୍ଗନଗର ଥାନା ପରିସରରେ ଏ କ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲ ।କଳିଙ୍ଗନଗର ତାନା ଆମ ପୋଲିସ ,ସୁକିନ୍ଦା ପ୍ରେସ କ୍ଲବ ଡୁବୁରୀ ଓ କଳିଙ୍ଗନଗର ବଣିକ ସଂଗର ମିଳିତ ଆନୁକୂଳୃରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ମୋଯ ୨୨୩ ୟ୍ୟୁନିଟ ରକ୍ତ ସଂଗୃହିତ ହୋଇଛି ।ଆଜି ପୂର୍ବାହ୍ନରେ ଯାଜପୁର ଏସପି ଚରଣ ସିଂ ମୀନା ଓ କଳିଙ୍ଗନଗର ଅତିରିକ୍ତ ଏସପି ରାଜକିଶ୍ୱର ଦୋରା ଏହି ଶିବିରକୁ ଆନୁଷ୍ଠାନିକ  ଙାବେ ଉଦ୍ଘାଟନ କରିଥିଲେ ।ଶିବରରେ ଯାଜପୁରରୋହ ଓ କେନ୍ଦୁଝରର ବ୍ଲଡ ବ୍ୟାଙ୍କର କର୍ମଚାରୀ ମାନେ ଏହି କାର୍ଯ୍ୟରେ ନିୟେଜିତ ହୋଇଥିଲେ ।କଳିଙ୍ଗନଗର ଥାନା ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ର ଅଂଶ ବିଶେଷ ଏହି ଶିବିର ଆୟୋଜିତ ହୋଇଥିବା ଏସପି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଥାନା ଇନ୍ସପେକ୍ଟର ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ,ସବ-ଇନ୍ସପେକ୍ଟର ମନୋଜ ପଣ୍ଡା,ମନମୋହନ ରାଉତ,ଏସକେ ହାତୀ ପ୍ରମୁଖ ବିଶେଷ ସହାୟତା କରିଥିବା ବେଳେ ସୁକିନ୍ଦା ପ୍ରେସ କ୍ଲବ ପକ୍ଷରୁ ସଭାପତି ବିଶ୍ୱଜିତ ନାୟକ,ସମ୍ପାଦକ ନୀଳମାଧବ ନାୟକ,ସନାତନ ମହନ୍ତ ,ସରୋଜ ନାୟକ,ପ୍ରସାନ୍ତ ଦାସ,କପିଳେନ୍ଦ୍ର ମହାନ୍ତ ,ପ୍ରମୁଖ ସହାୟତା କରିଥିଲେ ସେହିପରି କଳିଙ୍ଗନଗର ବଣିକ ସଂଘ ପକ୍ଷରୁ ବିଶ୍ୱନାଥ ସାହୁ,ସୁଧାଂଶୁ ଶେଖର ରାଉତ,ପ୍ରଶାନ୍ତ ସାହୁ,ଦେବାନନ୍ଦ ସାହୁ(ମୁଟୁ) ଶିବିରରେ ବଣିକ ସଂଘର ସଭ୍ୟ ସୁକୁମାର ଜେନାମଣି ୩୦ ଥର ରକ୍ତ ଦେଇଥିବାରୁ ତାଙ୍କୁ ଆଜି ବିଶେଷ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା,ଜିଲ୍ଲା ପରିଷଦ ସଭ୍ୟା ଭାଗ୍ୟଲକ୍ଷ୍ମୀ ରାଉତ,ସରୋଜିନୀ ରାଜ,ଜୟନ୍ତ ରାଉତ,ବିଜୟ କୁମାର ରାଜ ଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.