“ଦୋଳ ଉତ୍ସବ” – ୨୦୨୩ ର ତୃତୀୟ ସନ୍ଧ୍ୟା

0 3

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଦୋଳଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ “ଦୋଳ ଉତ୍ସବ” – ୨୦୨୩ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ହୋବାକୁ ଥିବା ଦୋଳତ୍ସବ ତୃତୀୟ ସନ୍ଧ୍ୟାରେ ରାମ ସ୍ୱାମୀ ମନ୍ଦିରରୁ ପ୍ରଭୁ ଦୋଳଗୋବିନ୍ଦ ସୁସଜ୍ଜିତ ବିମାନରେ ବସି ନଗର ପରିକ୍ରମା କରି ଦୋଳବନ୍ଧ ନିକଟ ଦୋଳମଣ୍ଡପକୁ ବିଜେ କରିଥିଲେ।
ଦୋଳ ଉତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼.କଲ୍ୟାଣୀ ମିଶ୍ର , ଭାଗବତ ପାଢ଼ୀ , ଶୁଭେନ୍ଦୁ ମୋହନ ସେନାପତି , ବିନୋଦ ଚନ୍ଦ୍ର ଜେନା , ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ପୂଜ୍ୟ ପୂଜା ତରଫରୁ ଗଜପତି କଳା ପରିଷଦର ଗୁରୁ ନୃସିଂହ ପ୍ରସାଦ ପାଢ଼ୀଙ୍କୁ ମଞ୍ଚାସୀନ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।
ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
ତୃତୀୟ ସନ୍ଧ୍ୟାରେ ସ୍ଥାନୀୟ ମିରାକେଲ ଡେନ୍ସ ଷ୍ଟୁଡିଓ ର ନୃତ୍ୟଶିଳ୍ପୀ ମାନଙ୍କ ଦ୍ୱାର ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ।
ବିନୋଦ ଚନ୍ଦ୍ର ଜେନା , ବିଚିତ୍ରାନନ୍ଦ ବେବର୍ତ୍ତା ଓ ଦୋଳବନ୍ଧ ଦୋଳ ଉତ୍ସବ କମିଟିର କର୍ମକର୍ତ୍ତା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.