ଭୁବନେଶ୍ୱର, ୪ା୨: କିଟ୍ ବିଶ୍ୱବିଦ୍ୟାଳୟର ‘କିଟ୍ ୱିମେନ୍ ଫୋରମ୍’ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି । ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଓ ରାଜନୈତିକ ଆଦି କ୍ଷେତ୍ରରେ ମହିଳାଙ୍କ ସଫଳତା ଏବଂ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ କିଟ୍ ପକ୍ଷରୁ ଅର୍ନ୍ତଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ମହିଳାଙ୍କ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେବାକୁ ଯାଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ‘କିଟ୍ ୱିମେନ୍ ଫୋରମ୍’ ଗଠନ କରାଯାଇଛି । ଅନ୍ତର୍ଜାତୀୟ ମହିଳା ଦିବସର ଚଳିତବର୍ଷର ବିଷୟବସ୍ତୁ ଥିଲା ‘ଡିଜିଟଲ୍: ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ଫର ଜେଣ୍ଡର ଇକ୍ୱାଲିଟି’ । ମହିଳା ଦିବସ ପାଇଁ କିଟ୍ ପକ୍ଷରୁ ମାର୍ଚ୍ଚ ମାସ ସାରା ମହିଳା ସଚେତନତା ଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଥାଏ । ମଙ୍ଗଳବାରଠାରୁ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଆଇନ୍ ବ୍ୟବସ୍ଥାରେ ମହିଳାଙ୍କ ନେତୃତ୍ୱ, ସାଇବର ନିରାପତ୍ତା କ୍ଷେତ୍ରରେ ମହିଳାଙ୍କ ଭୂମିକା ଏବଂ ମହିଳାଙ୍କ ପ୍ରଜନନ ସ୍ୱାସ୍ଥ୍ୟ ଆଦି ବିଷୟ ବସ୍ତୁ ଉପରେ ଆଲୋଚନା ସହ ପ୍ରଜନନ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଜନନ ପ୍ରଣାଳୀରେ ସାମଗ୍ରିକ ସୁସ୍ଥତା, ଯୌନ ସଂକ୍ରମଣ ରୋକିବା, ନିରାପଦ ଗର୍ଭ ଧାରଣ ଓ ପ୍ରସବ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଥିଲା । କିଟ୍ ନର୍ସିଂ ସ୍କୁଲର ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଋତୁସ୍ରାବ ଜନିତ ସମସ୍ୟା ଏବଂ ଏ ନେଇ ସମାଜରେ ପ୍ରଚଳିତ ବିଭିନ୍ନ ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ସଚେନତ କରାଇଥିଲେ । ଏହି ଅବସରରେ କିଟ୍ ନର୍ସିଂ ସ୍କୁଲର ଅଧ୍ୟକ୍ଷା ପ୍ରଫେସର ନିୟତି ଦାସ, ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ସୁଷମା ସାହୁ, ଉପାଧ୍ୟକ୍ଷା ପ୍ରଫେସର କଲ୍ୟାଣୀ ରଥ ଏବଂ କିଟ୍ ୱିମେନ୍ ଫୋରମ୍ ସଦସ୍ୟା ଦିପାଳି ମହାନ୍ତି ପ୍ରମୁଖ ଉପସ୍ଥିତ ହୋଇଥିଲେ ।
ସେହିପରି ଗୁରୁବାର ଲିଙ୍ଗଗତ ସମାନତା, ସର୍ଜନା, ପ୍ରଯୁକ୍ତିବିଦ୍ୟା ଏବଂ ସାଇବର ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ସାଇବର ବିଶେଷଜ୍ଞ ପ୍ରଶାନ୍ତ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୋବାଇଲ ଫୋନ ଏବଂ ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର ନେଇ ସଚେତନ କରାଇବା ସହ ତାଲିମ ପ୍ରଦାନ କରିଥିଲେ । ଏହା ସହ ଅନ୍ଲାଇନରେ ହେଉଥିବା ଠକେଇଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ପ୍ରଯୁକ୍ତି ବିଦ୍ୟା ଏବଂ ସାଇବର ସୁରକ୍ଷା ମହିଳାଙ୍କ ପାଇଁ କେତେ ଉପଯୋଗୀ ସେ ବିଷୟରେ କହିଥିଲେ । କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି କିଟ୍ କିସ୍ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସମାନ୍ତ ନାରୀଶିକ୍ଷା ଏବଂ ନିଯୁକ୍ତିକୁ କିଭଳି ଗୁରୁତ୍ୱ ଦେଉଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ କିଟ୍ ସ୍କୁଲ ଅଫ ଇଞ୍ଜିନିୟରିଂର ପ୍ରଫେସର କ୍ରୀର୍ଷ୍ଣା ଚକ୍ରବର୍ତ୍ତୀ, କିଟ୍ ୱିମେନ୍ ଫୋରମ୍ ଅଧ୍ୟକ୍ଷା ପୁଷ୍ପଲତା ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ।
ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାରୁ କିଭଳି ଆଇନଗତ ସୁବିଧା ପାଇପାରିବେ ସେ ନେଇ ବୁଧବାର ଆଲୋଚନା କରାଯିବା ସହ ଉପସ୍ଥିତ ଅତିଥିମାନେ ମହିଳାମାନେ ଆଇନ୍ ପେଶା ପ୍ରତି ଆଗ୍ରହ ରଖିବା ଆବଶ୍ୟକ ବୋଲି କହିଥିଲେ । ଏଥିରେ କିଟ୍ ଲ ସ୍କୁଲର ନିର୍ଦ୍ଦେଶକ ପ୍ରଫେସର ଭବାନୀ ପ୍ରସାଦ ପଣ୍ଡା, ଜାପାନ ଦୋଶିଶା ବିଶ୍ୱବିଦ୍ୟାଳୟର ପ୍ରଫେସର କେଜି କାୱାଇ ଏବଂ ପ୍ରଫେସର ଆକିରା କାୱାଗୁଚି, ପ୍ରଫେସର ପରମିତା ଚତୋରାଜ, ପ୍ରଫେସର ବିନିତା ବେହେରା, ପ୍ରଫେସର ଜିନିଆ କୁଣ୍ଡୁ, ପ୍ରଫେସର ପାରୋମିତା ଚାଟ୍ଟୋରାଜ, ପ୍ରଫେସର ସୌମ୍ୟା ମହାପାତ୍ର ଓ ପ୍ରଫେସର ସଙ୍ଘମିତ୍ରା ପଟ୍ଟନାୟକ ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post