କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପରିଦର୍ଶନ କଲେ ଭାରତ ସରକାରଙ୍କ ଦୁଇ ବିଦେଶୀ ପ୍ରଶିକ୍ଷାର୍ଥୀ

0 2

କାମାକ୍ଷାନଗର – କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ କୁ ଭାରତ ସରକାରଙ୍କ ଦୁଇ ବିଦେଶୀ ପ୍ରଶିକ୍ଷାର୍ଥୀ ଲଣ୍ଡନ ର ଡେଭିସ୍ ଥୋମାସ ଏବଂ ନେଦରଲ୍ୟାଣ୍ଡ ର ମିଭାନ ଡାଇପେନ୍ ପହଁଚିବା ପରେ ନଗରପାଳ ଧର୍ମାନନ୍ଦ ପରିଡା ଏବଂ ନିର୍ବାହୀ ଅଧିକାରୀ ଯତୀନ୍ଦ୍ର ମିଶ୍ର ଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ସ୍ୱଚ୍ଛ ଭାରତ ମିଶନ ଓ ସ୍ୱଚ୍ଛ ଓଡ଼ିଶା – ସୁସ୍ଥ ଓଡ଼ିଶା ପରିକଳ୍ପନା ରେ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ବହୁ ଉଲ୍ଲେଖନୀୟ ପଦ ଗ୍ରହଣ କରାଯାଇଛି। ଓଡ଼ିଶା ର ଅନ୍ୟାନ୍ୟ ସହର ଅପେକ୍ଷା ସ୍ୱଚ୍ଛତା, ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା କ୍ଷେତ୍ର ରେ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। ସହର କୁ ପରିଷ୍କାର ଓ ପରିଚ୍ଛନ୍ନତା ସହ ଅନୁକୂଳ ପରିବେଶ ଉପରେ ଗୁରୁତ୍ବ ପ୍ରଦାନ କରିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହାୟତା ରେ ସହର ରେ ନିର୍ମିତ ହୋଇଛି ଅତ୍ୟାଧୁନିକ ବର୍ଯ୍ୟବସ୍ତୁ କେନ୍ଦ୍ର । ଏହାର ସୁପରିଚାଳନା ଓ ମିଶନ ଶକ୍ତି ସଦସ୍ୟା ଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ କୁ ଅନୁଧ୍ୟାନ ସକାଶେ ଏକ ଦିନିଆ ଗ୍ରସ୍ତ ରେ ଦୁଇ ବିଦେଶୀ ପ୍ରଶିକ୍ଷାର୍ଥୀ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିଦର୍ଶନ କରିବା ସହ ପ୍ରକଳ୍ପ ପ୍ରସ୍ତୁତି ରିପୋର୍ଟ ସଂଗ୍ରହ କରିଛନ୍ତି। ତାପରେ ଦୁଇ ବିଦେଶୀ ପ୍ରଶିକ୍ଷାର୍ଥୀ ଓଡ଼ିଶା ସରକାର ଙ୍କ ଖଣି ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ସହ ସାକ୍ଷାତ କରି କହିଥିଲେ ଭାରତ ର ଅନ୍ୟାନ୍ୟ ସହର ଅପେକ୍ଷା ଓଡ଼ିଶା ର କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପରିମଳ ବର୍ଜ୍ୟବସ୍ତୁ ସୁପରିଚାଳନା ଓ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବେଶ୍ ପ୍ରଶଂସନୀୟ। ଏହା ସହ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ, ନଗରପାଳ ଧର୍ମାନନ୍ଦ ପରିଡା ଏବଂ ନିର୍ବାହୀ ଅଧିକାରୀ ଯତୀନ୍ଦ୍ର ମିଶ୍ର ଙ୍କ କାର୍ଯ୍ଯ ଦକ୍ଷତା ରେ ଖୁସି ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.