ଯୋଡ଼ା: ବିଜେପି ଯୁବମୋର୍ଚ୍ଚା ଫେବୃଆରୀ ୨୮ରେ ବିଧାନସଭା ଘେରାଉ ସମୟ ରେ ଭୁବନେଶ୍ୱର କମିଶନରେଟ ପୋଲିସ ର ସରକାରୀ ଦଳ ଓ ତୃତୀୟ ମହଲା ର ପ୍ରାୟୋଜିତ ଅତର୍କିତ ଓ ମରଣାନ୍ତକ ଆକ୍ରମଣ କରାଗଲା ଓ ପୋଲିସ ଙ୍କ ସହ ବିଜେଡି ଦଳ ର କର୍ମୀ ମାନେ ମିଶି ଆକ୍ରମଣ କଲେ ଓ ପୋଲିସ ପ୍ରଶାସନ ପକ୍ଷରୁ ଭଲ ଭାବେ ତଦନ୍ତ ନକରି ଯେଭଳି ଯୁବମୋର୍ଚ୍ଚା ସଭାପତି ଇରାଶିସ ଆଚାର୍ଯ୍ୟ ଓ ଅନେକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି,କାର୍ଯ୍ୟକର୍ତ୍ତା ଙ୍କୁ କୋର୍ଟ ଫର୍ୱାଡ କଲେ। ପୋଲିସ ଓ ଶାସକ ଦଳର ଗୁଣ୍ଡା ମାନଙ୍କ ଆକ୍ରମଣ ରେ ଶତାଧିକ ମହିଳା ଓ ପୁରୁଷ କାର୍ଯ୍ୟକର୍ତ୍ତା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଶୋଭାଯାତ୍ରା ସମୟ ରେ ମହିଳା କାର୍ଯ୍ୟକର୍ତ୍ତା ମାନଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ ସହ ଅସଦାଚରଣ କରାଗଲା। ତାହାକୁ ବିରୋଧ କରି ଓଡ଼ିଶା ବିଜେପି ର ନିର୍ଦ୍ଦେଶ କ୍ରମେ ଯୋଡ଼ା ମଣ୍ଡଳ ବିଜେପି ପକ୍ଷରୁ ସଭାପତି ସୁଶାନ୍ତ କୁମାର ବେବର୍ତ୍ତା ଙ୍କ ନେତୃତ୍ବ ରେ ପୋଲିସ ଡି ଜି, କମିଶନର,ଭୁବନେଶ୍ଵର ଡି ସି ପି ଙ୍କ ବିରୋଧ ରେ ଏତଲା ଦାୟର କଲେ। ଏହି କାର୍ଯ୍ୟକ୍ରମ ରେ ଚର୍ଚିଲ ମହାକୁଡ, ପାର୍ଥ ସାରଥୀ ଷଡ଼ଙ୍ଗୀ, ଅନନ୍ତ ପ୍ରକାଶ ଟୁଡୁ, ଅଲେଖ ବାରିକ, ଯୋଡ଼ା ଯୁବମୋର୍ଚ୍ଚା ସଭାପତି ଦିପ୍ତିରଞ୍ଜନ ବେହେରା, ପୁରୁଷୋତ୍ତମ ଗାଗରାଇ, ଯୋଡ଼ା ମହିଳା ମୋର୍ଚ୍ଚା ସଭାପତି ଫୁଲମଣିି ଟୁଡୁ, ସନ୍ଦୀପ ପୋଦାର ଙ୍କ ସହ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.