ବଡ଼ବିଲ (ଶାସକ ପ୍ରଶାସକ) ପିଲେଟ ଚୋରା ଚାଲାଣ ହେଉଥିବା ଏକ ହାଇଭା ଟ୍ରକ ନଂ ଜେଏଚ୦୫ଡବ୍ଲୁ ୪୦୧୭କୁ ବଡ଼ବିଲ ପୋଲିସ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏଥି ସହ ଚୋରିରେ ସମ୍ପୃକ୍ତ ଏକ ବଲେରୋ ନଂ ଓଆର୦୯ଏମ ୭୬୨୨କୁ ମଧ୍ୟ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଝାରଖଣ୍ଡ ରାଜ୍ୟ ଆଦିତ୍ୟପୁର ଥାନା ଅଞ୍ଚଳର ରୌନକ କୁମାର, ଯୋଡ଼ା ସହିଦ ନଗର ଅଞ୍ଚଳର ପ୍ରଶାନ୍ତ ରାଜ ଓ ମୟୁରଭଞ୍ଜ ଜିଲ୍ଲା ଜାମଦା ଅଞ୍ଚଳର ରାଜୁ ବିନ୍ଧାଣି। ଜବତ ପିଲେଟର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ। ତେବେ ଚୋରା ପିଲେଟ ଏକ ଜଙ୍ଗଲ ମଧ୍ୟରେ ପୂର୍ବରୁ ଗଚ୍ଛିତ ଥିଲା ବୋଲି ପୋଲିସ କହିଛି। ଗିରଫ ୩ ଅଭିଯୁକ୍ତ ଆଜି କୋର୍ଟକୁ ଫରୱାର୍ଡ ହୋଇଥିବାର ବଡ଼ବିଲ ଥାନା ଅଧିକାରୀ ପ୍ରମୋଦିନୀ ସାହୁ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post