ବ୍ରାଇଡାଲ ମେକ୍‌ଅପ୍‌ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ

0 2

ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ମିଶନ ଶକ୍ତି ମାଧ୍ୟମରେ ବ୍ରାଇଡାଲ୍‌ ମେକ୍‌ଅପ୍‌ ପାଠ୍ୟକ୍ରମ ପ୍ରଶିକ୍ଷଣ ପ୍ରଦାନ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା ଆୟୋଜିତ ଓଡ଼ିଶା ବ୍ରାଇଡାଲ ମେକ୍‌ଅପ୍‌ ପାଠ୍ୟକ୍ରମ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍‌. କାର୍ତ୍ତିକେୟନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ଆସି ପ୍ରଶିକ୍ଷଣ ନେଉଥିବା ୪୦ ଜଣ କୃତୀ ମହିଳାଙ୍କୁ ‘ବ୍ରାଇଡ୍‌ ଅଫ୍‌ ଓଡ଼ିଶା’ ଉତ୍ତରଣ ଏବଂ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନପୂର୍ବକ ସେମାନଙ୍କୁ ଉତ୍ସାହିତ କରିଥିଲେ । ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା ମହିଳା ସଶକ୍ତିକରଣ ପାଇଁ ଓଡ଼ିଶା ବ୍ରାଇଡାଲ୍‌ ମେକ୍‌ଅପ୍‌ ପାଠ୍ୟକ୍ରମ ଏକ ନୂତନ ଉଦ୍ୟମ ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଏବଂ ମିଶନ ଶକ୍ତି ସଚିବଙ୍କ ନେତୃତ୍ୱରେ ସଫଳ ହୋଇଛି ବୋଲି ଟ୍ରେନିଂ ନେଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପ୍ରକାଶ କରିଥିଲେ । ଏହାଦ୍ୱାରା ସେମାନେ ନିଜ ନିଜ ଜିଲ୍ଲାମାନଙ୍କରେ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ସେମାନେ ନିଜ ଜୀବନରେ କିଛି ଭିନ୍ନ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଏଥି ନିମନ୍ତେ ସୁଯୋଗ ଯୋଗାଇଦେବା ଦିଗରେ ମିଶନ ଶକ୍ତି ମାଧ୍ୟମରେ ବ୍ରାଇଡାଲ୍‌ ମେକ୍‌ଅପ୍‌ ପାଠ୍ୟକ୍ରମ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଯାହାଫଳରେ ସେମାନେ ରୋଜଗାରର ସ୍ୱତନ୍ତ୍ର ପନ୍ଥା ତିଆରି କରିପାରିବେ । ଏହି ଅବସରରେ ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ଅଭିଜ୍ଞତା ଉପସ୍ଥାପନ ଥିଲେ । ଏପରି ପ୍ରଶିକ୍ଷଣ ଦ୍ୱାରା ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ସେମାନଙ୍କ ଅଞ୍ଚଳର ଅନ୍ୟ ମହିଳାମାନଙ୍କୁ ତାଲିମ ଦେଇ ସ୍ୱାବଲମ୍ବୀ କରାଇବାରେ ସହାୟକ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଅଳକା ମିଶ୍ର, କେନ୍ଦ୍ରର ଅଧ୍ୟକ୍ଷ ସଂଗରଣ ଗୋପାଳ, ଉପାଧ୍ୟକ୍ଷ ଶ୍ରୀ ଶୁଭଙ୍ଗ କିଶୋର ଦାସଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.