ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଖାଉଟି ଅଧିକାର ସୁରକ୍ଷା କମିଟି ଆନୁକୂଲ୍ୟରେ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଖାଉଟି ଅଧିକାର ସୁରକ୍ଷା କମିଟିର ଗଜପତି ଜିଲ୍ଲା କାର୍ଯ୍ୟକାରୀ ସଭାପତି ତନୁଜା ଶତପଥୀଙ୍କ ସହଯୋଗରେ ଏକ ଶୋଭାଯାତ୍ରା ନଗର ଭ୍ରମଣ କରି ସରକାରଙ୍କ ନିକଟରେ ତିନୋଟି ଦାବି ଉପସ୍ଥାନ କରାଯାଇଥିଲା।
ଦାବି ଗୁଡିକ ମୁଖ୍ୟତଃ ଖାଉଟି ମାନଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇବା। ଖାଉଟି ମାନଙ୍କୁ ଦିଆଯାଉଥିବା ଇନ୍ଧନ ଗ୍ୟାସ ସମ୍ପର୍କରେ ସଚେତନତା ଓ ସିଲେଣ୍ଡର ପିଛା ୨୦ଟଙ୍କାକୁ ରୋକିବା , ବିଦୁତ୍ ସ୍ମାର୍ଟ ମିଟର ଓ ବିଲ ପ୍ରତି ଉଚିତ୍ ସେବା। ଏ ସମ୍ପର୍କରେ ପ୍ରଶାସନକୁ ଦାବିପତ୍ର ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା।
ଏହି ଶୋଭା ଯାତ୍ରାରେ ଭାଗବତ ପାଢ଼ୀ , ହରିମୋହନ ପଟ୍ଟନାୟକ , ରୋକମ୍ ଲୋକନାଥ , ବାଳକୃଷ୍ଣ , ବାଙ୍ଗାରୀ , ବିଚିତ୍ରାନନ୍ଦ ବେବର୍ତ୍ତା , ପି. ତ୍ରିନାଥ , ଲିଙ୍ଗରାଜ ପାଣିଗ୍ରାହୀ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.