ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

0

ଭବାନୀପାଟଣା/ଭୁବନେଶ୍ବର, ୨୬।୦୨- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦିନିକିଆ କଳାହାଣ୍ଡି ଗସ୍ତ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯୮ତମ “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମାଜ ପାଇଁ ବଳିଷ୍ଠ ଅବଦାନ ଦେଇଥିବା ବିଶିଷ୍ଠ ଶିକ୍ଷାବିତ ପ୍ରଭାସ ମିଶ୍ର, ବରିଷ୍ଠ  ସାମ୍ବାଦିକ ଉମା କର, ଅବସରପ୍ରାପ୍ତ ସେନା ଅଧିକାରୀ ବ୍ରଜ ମୋହନ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ଗୌର ଚନ୍ଦ୍ର ପଣ୍ଡା, ବରିଷ୍ଟ ଚିକିତ୍ସକ ଡା ଜଳନ୍ଧର ମେହେର ଏବଂ ସମାଜସେବୀ ମାନସୀ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ସାଂସଦ ଶ୍ରୀଯୁକ୍ତ ବସନ୍ତ ପଣ୍ଡା, ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ମଣ୍ଡଳ ସଭାପତି ସନ୍ତୋଷ ବିଶି, ବୁଥ୍ ସଭାପତି ରୋଶନ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ “ମନ୍‌ କି ବାତ୍‌” ଶୁଣିଥିଲେ।

ପରେ ଏକ ଛୋଟ ମିଶ୍ରଣ ପର୍ବରେ ପୂର୍ବତନ ସରପଞ୍ଚ ବେଲମତୀ ନାୟକ, ବୁଧୁବାରୀ ନାୟକ, ମଧୁସୂଦନ ନାୟକ, ଯୁବନେତା ଆଶୁତୋଷ ଦାଶ, କ୍ରିଷ୍ଣା ମହାପାତ୍ର ଓ ସୌରଭ ପଣ୍ଡାଙ୍କୁ ଉତ୍ତରୀୟ ଦେଇ ଶ୍ରୀଯୁକ୍ତ ପଣ୍ଡା ଦଳକୁ ସ୍ବାଗତ କରିଥିଲେ।

Leave A Reply

Your email address will not be published.