ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

0

ନୟାଗଡ,୨୪/୨: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗତିଶ୍ୱର ଡିଗ୍ରୀ ମହାବିଦ୍ୟାଳୟ,ମାଳିସହିଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏନ.ଏସ.ଏସ ସଂଯୋଜକ ଜ୍ୟୋତିରଞ୍ଜନ ଭୂୟାଁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ।ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ପ୍ରାଧିକରଣର ବିଭିନ୍ନ କାର୍ଯ୍ୟବଳି ଉପରେ ଆଲୋଚନା କରିଥିଲେ।ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ପୋକ୍ସ ଆଇନ, ସାଇବର ଅପରାଧ ଯୁବ ସମାଜର ସମସ୍ୟା ଓ ସମାଧାନ ସମ୍ପର୍କରେ ବୁଝାଇଥିଲେ। ସଦସ୍ୟ ମହମ୍ମଦ ଓମର ମାଲିକ ଜାତୀୟତା,ଶୃଙ୍ଖଳା, କର୍ତ୍ତବ୍ୟ ଏବଂ ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉପସ୍ଥିତ ଥିବା ଶତାଧିକ ଛାତ୍ରଛାତ୍ରୀ ପ୍ରଶ୍ନୋତ୍ତର ମାଧ୍ୟମରେ ନିଜର ସନ୍ଦେହ ଦୂର କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର କର ସଚେତନତାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.