ରୋଟାରୀର ୧୧୮ତମ ଜନ୍ମବାର୍ଷିକୀ

0

ନୟାଗଡ଼: ୧୯୦୫ ଫେବୃୟାରୀ ୨୩ ରେ ଜନ୍ମଲାଭ କରିଥିବା ରୋଟାରୀ ଇଣ୍ଟରନ୍ୟାସନାଲର ୧୧୮ ତମ ଜନ୍ମବାର୍ଷିକୀ ରୋଟାରୀ କ୍ଲବ ନୟାଗଡ଼ରେ ପାଳିତ ହୋଇଯାଇଛି। ରୋଟାରୀ କ୍ଳବ୍ର ସଭାପତି ପ୍ରବୀର କୁମାର ପୃଷ୍ଟିଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟିର ଅଧ୍ୟକ୍ଷା ନିରୁପମା ଖଟେଇ ଏବଂ ନୟାଗଡ଼ ବ୍ଲକର ଉନ୍ନୟନ ଅଧିକାରୀ ପଦ୍ମଚରଣ ସା‌ହୁ ଯୋଗ ଦେଇଥିଲେ। ରୋଟାରୀ କ୍ଲବ ସଦସ୍ୟ ଶ୍ରୀଧର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହିତ ଉପସ୍ଥିତ ଅତିଥିମାନଙ୍କୁ ରୋଟାରୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ। ଅତିଥି ମାନେ ରୋଟାରୀ କ୍ଲବ ର ବିଭିନ୍ନ ଜନହିତକର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସମାଜ ପ୍ରତି ଥିବା ଦାୟୀତ୍ବକୁ ରୋଟାରୀ କ୍ଳବ୍ ନିଷ୍ଠାର ସହିତ ପୁରଣ କରିବି ବୋଲି ଆଶା ବ୍ୟକ୍ତ କରିଥିଲେ। ଉକ୍ତ ସଭାରେ ରୋଟାରୀ କ୍ଲବର ସମସ୍ତ ସଦସ୍ୟଙ୍କ ସହିତ ନୟାଗଡ଼ର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଆଜିର ଏ‌ହି ଦିବସକୁ ସ୍ମରଣୀୟ କରିବା ପାଇଁ ରୋଟାରୀ ତରଫରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ୟୁନିଟେକ କଲେଜ ପରିସରରେ ଆୟୋଜନ କରାଯାଇଥିଲା।
ସଭା ପରିଶେଷରେ ରୋଟାରିଆନ ସନ୍ତୋଷ ନାୟକ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.