ଅବସରପ୍ରାପ୍ତ ପୁଲିସ କର୍ମଚାରୀ କଲ୍ୟାଣ ସଂଘ ବୈଠକ

0

ନୟାଗଡ଼,୨୪/୨:ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ରଠାରେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ କଲ୍ୟାଣ ସଂଘ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଉକ୍ତ ଅଧିବେଶନରେ ସଂଘର ସଭାପତି ଅଭିମନ୍ୟୁ ପରିଡ଼ା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଗୋପାଳ ଚନ୍ଦ୍ର ନାୟକ ପୂର୍ବ ସଭାର ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ଶତପଥି ସଂଘର ଆୟବ୍ୟୟ ପଠନ କରିଥିଲେ। ଏହା ପରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ନୂତନ ସଭାପତି ଭାବେ ଅକ୍ଷୟ କୁମାର ଦାସ, ଉପସଭାପତି ଭାବେ ଧନେଶ୍ଵର ନାହାକ ଏବଂ ପୂର୍ଣ୍ଣଚନ୍ଦ୍ର ମିଶ୍ର,ନୂତନ ସମ୍ପାଦକ ଭାବେ ପୂର୍ବତନ ସମ୍ପାଦକ ଗୋପାଳ ଚନ୍ଦ୍ର ନାୟକ, କ୍ୟାସିୟର ଭାବେ ରମେଶ ଚନ୍ଦ୍ର ମହାନ୍ତି, ଯୁଗ୍ମ ସମ୍ପାଦକ ଭାବେ ଯୋଗୀନାଥ ଜେନା, ବୈକୁଣ୍ଠ ନାଥ ସାହୁ ଏବଂ ଉପଦେଷ୍ଟା ଭାବେ ଅମୂଲ୍ୟ କୁମାର ମହାନ୍ତି ଏବଂ ଅଭିମନ୍ୟୁ ପରିଡ଼ାଙ୍କୁ ମନୋନୀତ କରାଯାଇଥିଲା। ବରିଷ୍ଠ ସଭ୍ୟ ତଥା ଉପଦେଷ୍ଟା ଅମୂଲ୍ୟ କୁମାର ମହାନ୍ତି ନୂତନଭାବେ ମନୋନୀତ କର୍ମକର୍ତ୍ତାଙ୍କୁ ଶପଥପାଠ କରାଇଥିଲେ। ଉକ୍ତ ସଭାରେ ସଂଘର ଉପଦେଷ୍ଟା ଅମୂଲ୍ୟ କୁମାର ମହାନ୍ତି, ଅକ୍ଷୟ କୁମାର ଦାସ, ସଭ୍ୟ ଅନ୍ତର୍ଯ୍ୟାମୀ ମହାନ୍ତି, ରାମଚନ୍ଦ୍ର ମହାପାତ୍ର,ରମେଶ ଚନ୍ଦ୍ର ମହାନ୍ତି, ଦିଲ୍ଲିପ କୁମାର ଜେନା, କ୍ୟାସିୟର କିଶୋର ଚନ୍ଦ୍ର ଶତପଥୀ ବକ୍ତବ୍ୟ ରଖିଥିଲେ।

Leave A Reply

Your email address will not be published.