ମୋହନା ବିଡ଼ିଓଙ୍କ ଗାଡ଼ି ଧକ୍କାରେ ମୃତ ହୋଇଥିବା ବାଇକ୍ ଆରୋହିଙ୍କ ପରିବାରକୁ ଜିଲ୍ଲା ପ୍ରଶାସନର ସହାୟତା

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ସକାଳେ ଯାଜପୁର ଗ୍ରାମ ନିକଟରେ ମୋହନା ବିଡ଼ିଓଙ୍କ ଗାଡ଼ି ଧକ୍କାରେ ସାତ ମାଇଲ ଗ୍ରାମର ବାଇକ ଆରୋହି ଶ୍ରୀଯୁକ୍ତ ଟି.ପ୍ରଭାକର ରାଓଙ୍କ ମୃତ୍ୟୁ ହୋଇଥିଲା। ଏହି ଆକସ୍ମିକ ମୃତ୍ୟୁରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଏହା ସହ ମୃତକଙ୍କ ପରିବାର ପାଖରେ ଜିଲ୍ଲା ପ୍ରଶାସନ ଛିଡ଼ା ହୋଇଥିବା କଥା ପ୍ରକାଶ କରିଛନ୍ତି।
ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ସାଙ୍ଗେ ସାଙ୍ଗେ ରେଡ଼କ୍ରସ୍ ରୁ ମୃତକଙ୍କ ପରିବାରକୁ ୨୦,୦୦୦ ଟଙ୍କା ପ୍ରଦାନ କରିବା ସହ ହରିଶ୍ଚନ୍ଦ୍ର ଯୋଜନାରୁ ଶବ ସତ୍କାର ପାଇଁ ଟ.୨୦୦୦ ଙ୍କା ପ୍ରଦାନ କରିଥିଲେ।
ଏହା ସହ ସ୍ବର୍ଗତ ଟି.ପ୍ରଭାକର ରାଓଙ୍କ ପୁତ୍ରକୁ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତି ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ରାଜ୍ୟ ପରିବହନ ଅଥରିଟିଙ୍କ ଠାରୁ କ୍ଷତିପୁରଣ ବାବଦରେ ସୋଲାଟିୟମ୍ ଫଣ୍ଡରୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଏହିସବୁ ସହାୟତା ଜିଲ୍ଲାପାଳ ପ୍ରଦାନ କଲାବେଳେ ତହସିଲଦାର , ପାରଳାଖେମୁଣ୍ଡି ଶ୍ରୀ ନାରାୟଣ ବେହେରା , ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଏନ୍. ବିର ରାଜୁ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ବାଲାରାଜୁ , ଗୋଷାଣୀ ଆର୍.ଏମ୍.ସି ସଭାପତି ଶ୍ରୀଯୁକ୍ତ ଗଜପତି ରାଓ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.