କାମାକ୍ଷାନଗର-ଦୀର୍ଘ ବର୍ଷ ପରେ କାମାକ୍ଷାନଗର ଦେଇ ଚାଲିଲା ଅନୁଗୁଳ-ଡୁବୁରି ଯାତ୍ରୀବାହୀ ଟ୍ରେନର ।ପରୀକ୍ଷା ମୂଳକଭାବେ ଶୁଭାରମ୍ବକଲେ ଇଷ୍ଟ କୋଷ୍ଟ ରେଳ ନିର୍ବାହୀ ନିର୍ଦେଶକ।ଭାରତ ସରକାରଙ୍କ ରେଳ ବିକାଶ ନିଗମର ଆର୍ଥିକ ସହାୟତା ଓ ସହଯୋଗରେ ବାଣିଜ୍ୟ ଓ ଯାତାୟାତ ସୁବିଧା ପାଇଁ ଅନୁଗୋଳ ଜିଲା ବୁଢ଼ାପଙ୍ଗ ଷ୍ଟେସନରୁ କାମାକ୍ଷାନଗର ଦେଇ ଯାଜପୁର ଜିଲ୍ଲା ବାଘୁଆ ପାଳ ଷ୍ଟେସନ ପର୍ଯ୍ୟନ୍ତ ରେଳ ଲାଇନ ସଂଯୋଗ କରାଯାଇଛି,୧୯୯୬ମସିହାରେ ଅନୁଗୁଳ ସୁକିନ୍ଦା୯୨କି-ମି କୁ ରେଳବିଭାଗ ମନ୍ତ୍ରୀ ଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା, କେନ୍ଦ୍ରବିଜେପି ସରକାରଙ୍କ ରେଳ ବିଭାଗ ମନ୍ତ୍ରୀ ଅସ୍ମିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଳିସ୍ଟ ଉଦ୍ୟମରେ ରେଳପଥ କାର୍ଯ୍ୟସଫଳ ରୂପାୟନ ହୋଇଥିବା ଜଣାପଡିଛି, ଆଜିଦିବା୧୨ସମୟରେ ଇଷ୍ଟ କୋଷ୍ଟ ରେଳ ବିକାଶ ନିଗମର ନିର୍ବାହୀନିର୍ଦେଶକ ସରୋଜ କୁମାର ପାତ୍ର ପତାକା ହଲାଇ ବୁଢ଼ାପଙ୍ଗ ଷ୍ଟେସନ ଠାରେ ଶୁଭାରମ୍ଭ କରିଥିଲେ।ରେଳ ସଂଯୋଗରମୁଖ୍ୟ ପ୍ରକଳ୍ପ ପରିଚାଳକ ପ୍ରଦୀପ କୁମାର ମହାନ୍ତି, ସାଧାରଣ ପ୍ରକଳ୍ପ ପରିଚାଳକ କିଶୋରୀ ମୋହନ ମିଶ୍ର, ପୂର୍ବତଟ ରେଳ ପଥର ମୁଖ୍ୟ ସୁରକ୍ଷା ଅଧିକାରୀ, ମୁଖ୍ୟ ଧାରଣା ଯନ୍ତ୍ରୀ, ମୁଖ୍ୟ ବିଦ୍ୟୁତ ସମ୍ପ୍ରସାରଣ ଯନ୍ତ୍ରୀ, ମୁଖ୍ୟ ସଙ୍କେତ ଯନ୍ତ୍ରୀ, କାମାକ୍ଷାନଗର ଦାଇତ୍ଵରେଥିବା ରେଳ ପ୍ରକଳ୍ପ ପରିଚାଳକ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି, ସିଙ୍ଗିନାଲ ଗୃହ ପରିଦର୍ଶନ ରେଳ ଧାରଣା ନିରୀକ୍ଷଣ, ବିଦ୍ୟତୁ ସଂଯୋଗ କାର୍ଯ୍ୟ ପରିଦର୍ଶନକରି ସେହି ଟ୍ରେନରେ ବାଘୁଆ ପାଳ ଷ୍ଟେସନ ଅଭିମୁଖେ ଯାତ୍ରା କରିଥିଲେ।କାମାକ୍ଷାନଗର ଅଂଚଳରେ ଯାତ୍ରୀବାହି ଟ୍ରେନ ଚଳାଚଳ ଆରମ୍ଭ ହୋଇଥିବାରୁ ଅଞ୍ଚଳବାସୀକୃତଜ୍ଞତା ସହ ଖୁସି ବ୍ୟକ୍ତ ଅଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post