ଓଡ଼ିଆ ସାହିତ୍ୟର ଅନ୍ଧକାର ଯୁଗରେ ଓଡ଼ିଆ ଅସ୍ମିତାର ପରିଚୟ ଥିଲେ ନାଟ୍ୟକାର ଆପନ୍ନା ପରିଚ୍ଛା : ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୫ତମ ଜୟନ୍ତୀ ଉତ୍ସବ

0

 ପାରଳାଖମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସାହିତ୍ୟ ଏକାଡେମୀ , ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଆପନ୍ନା ପରିଚ୍ଛା ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୫ତମ ଜନ୍ମୋତ୍ସବ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ଶାଖା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାରସ୍ଵତ ସଭାରେ ମୁଖ୍ୟ ଅତିଥି ଭାବେ ଉପାନ୍ତପ୍ରହରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର , ମୁଖ୍ୟବକ୍ତା ଭାବେ ପାରଳାର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଜୟ କୁମାର ତ୍ରିପାଠୀ , ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଆଶାଲତା ପାଣିଗ୍ରାହୀ , ଡ. କଲ୍ୟାଣୀ ମିଶ୍ର , ବିଷ୍ଣୁ ମୋହନ ଅଧିକାରୀ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଆପନାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ସାହିତ୍ୟିକ ଅଶୋକ କୁମାର ତ୍ରିପାଠୀଙ୍କୁ ଆପନ୍ନା ପରିଚ୍ଛା ସ୍ମୃତି ସମ୍ମାନ – ୨୦୨୩ ପ୍ରଦାନ କରାଯାଇଥିଲା।
ଅନୁଷ୍ଠାନର ସମ୍ପାଦକ ମୁରଲିଧର ପରିଚ୍ଛା ବିବରଣୀ ପାଠ କରିଥିବା ବେଳେ ହରିମୋହନ ପଟ୍ଟନାୟକ ସ୍ଵାଗତ ସମ୍ଭାଷଣ , ବି. କୋମାଳାଙ୍ଗି ପ୍ରାରମ୍ଭିକ ସଙ୍ଗୀତ , ଭାଗବତ ପାଢ଼ୀ ଅତିଥି ପରିଚୟ ପ୍ରଦାନ , ରାଜେନ୍ଦ୍ର ପଢ଼ିଆରୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସାରସ୍ଵତ ସଭାରେ ଆପନ୍ନା ପରିଚ୍ଛା ବିଦ୍ୟାଳୟର ସର୍ବଗୁଣ ଦକ୍ଷତା ସମ୍ପନ୍ନ ଛାତ୍ରୀ ଅଭିପ୍ସା ଶବର ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ସମ୍ମାନ ଦିଆ ଯାଇଥିବାବେଳେ ସେହି ଅନୁଷ୍ଠାନର ପ୍ରଧାନ ଶିକ୍ଷିକା ମନୋଜିନୀ ପାତ୍ର ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସମୁହଙ୍କୁ ସମ୍ବର୍ଥନା ପ୍ରଦାନ କରାଯାଇଥିଲା କାରଣ ଏହି ବିଦ୍ୟାଳୟଟି ୨୦୨୨ ରେ ଜିଲ୍ଲା ସ୍ତରରେ ଏହି ବିଦ୍ୟାଳୟଟି ଗଜପତି ଜିଲ୍ଲା ପ୍ରଥମ ଆଦର୍ଶ ବିଦ୍ୟାଳୟ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭୁବନେଶ୍ବର ଦ୍ଵାରା ପୁରସ୍କୁତ ହୋଇଥିଲା।
କାର୍ଯ୍ୟକ୍ରମକୁ ଶରତ ଚନ୍ଦ୍ର ସାହୁ , ନିବେଦିତା ପଟ୍ଟନାୟକ , ନିତ୍ୟାନନ୍ଦ ଚୌଧୁରୀ , ସଚ୍ଚିଦାନନ୍ଦ ସାମଲ , ରାଜେଶ୍ୱରୀ ସ୍ୱାଇଁ , ଅନୁଶ୍ରୀ ପଟ୍ଟନାୟକ , ସଂଗୀତା ପାତ୍ର , ତ୍ରିପତି ପଣ୍ଡା , ବିଷ୍ଣୁ ପଣ୍ଡା ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.