“ଆମକୁ ଶ୍ରୀ ସମୀର ମହାନ୍ତିଙ୍କ ଉପରେ ଦୟା ଆସୁଛି”

0
  •  ଜୟନାରାୟଣଙ୍କ ପାଇଁ ବିଜେପି ସୁରକ୍ଷା ମାଗିବା ଅତ୍ୟନ୍ତ ହାସ୍ୟାସ୍ପଦ: ବିଜେଡି

  •  ନିଜ ସୁରକ୍ଷା ଫେରାଇ ଦେଇଛନ୍ତି ବିରୋଧିଦଳ ନେତା

  •  ଜୟନାରାୟଣଙ୍କ ବିରୁଦ୍ଧରେ ରହିଛି ୧୬ଟି ଅପରାଧିକ ମାମଲା

  •  ଜୟନାରାୟଣଙ୍କ ଦ୍ୱାରା ମାଡ ଖାଇଥିଲେ ସମୀର ମହାନ୍ତି

ଭୁବନେଶ୍ୱର: ବିଜେପି ନେତା ଶ୍ରୀ ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ, ଯାହାଙ୍କ ବିରୁଦ୍ଧରେ ହତ୍ୟା ସମେତ ୧୬ଟି ଅପରାଧିକ ମାମଲା ରହିଛି । ଏଭଳି ଅପରାଧୀ କେବଳ ଜଣେ ବିଧାୟକ ଏବଂ ବିଜେପି ଦ୍ୱାରା ମନୋନୀତ ବିରୋଧୀ ଦଳର ନେତା ହୋଇଥିବାରୁ ତାଙ୍କୁ ପୋଲିସ ସୁରକ୍ଷା ମିଳିଥିଲା ଏବଂ ସେ ନିଜେ ତାଙ୍କର ପୋଲିସ ସୁରକ୍ଷା ଫେରାଇ ଦେଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ ।
ଶ୍ରୀମତୀ ଦେଓ କହିଛନ୍ତି ଯେ ‘ବିଜେପି ବିଧାୟକମାନେ ଓଡ଼ିଶା ରାଜ୍ୟପାଳଙ୍କ ନିକଟକୁ ଯାଇ ଶ୍ରୀ ମିଶ୍ରଙ୍କ ପାଇଁ ସୁରକ୍ଷା ମାଗିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା । ବରଂ ବିଜେପି ବିଧାୟକମାନେ ସେ ଆକ୍ରମଣ କରିଥିବା ମହିଳା ପୋଲିସ ଅଧିକାରୀଙ୍କ ନିକଟରେ କ୍ଷମା ମାଗିବାକୁ ଶ୍ରୀ ମିଶ୍ରଙ୍କୁ କହିବା ଉଚିତ୍‍ ।”
ଶ୍ରୀମତୀ ଦେଓ ଆହୁରି ମଧ୍ୟ କହିଛନ୍ତି ଯେ “ଆମକୁ ଶ୍ରୀ ସମୀର ମହାନ୍ତିଙ୍କ ଉପରେ ଦୟା ଆସୁଛି, ଯିଏକି ଓଡିଶା ବିଜେପି ସଭାପତି, ଯାହାଙ୍କୁ ଶ୍ରୀ ମିଶ୍ରଙ୍କ ଦ୍ୱାରା ମାଡ ମରାଯାଇଥିଲା ଏବଂ ଯେଉଁଥିପାଇଁ ଶ୍ରୀ ମିଶ୍ରଙ୍କୁ ୬ ବର୍ଷ ପାଇଁ ବିଜେପିରୁ ନିଲମ୍ବିତ କରାଯାଇଥିଲା । ଏହା ଦେଖି ଆହୁରି ଦୁଃଖ ଲାଗୁଛି ଯେ ଖୋଦ ସମୀର ମହାନ୍ତିଙ୍କୁ ତାଙ୍କ ଦଳରେ ଏଭଳି ଅପରାଧୀଙ୍କୁ ଏବେ ସହ୍ୟ କରିବାକୁ ପଡୁଛି “।

Leave A Reply

Your email address will not be published.