ଟିକିରି ରୁ ବୈକୁଣ୍ଠ ଦୁରିଆ -ପତ୍ନୀକୁ ହତ୍ୟା କଲା ସ୍ୱାମୀ। ଏଭଳି ଏକ ଅଭାବନିୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡି.କରଳ ଗ୍ରାମରେ। ହତ୍ୟାର ଶିକାର ମହିଳା ଜଣକ ହେଲେ ସାପାଇ ମାଝୀ। ତାଙ୍କ ସ୍ବାମୀ ମାଲିକି ମାଝୀ ଏକ ଲୁହା ରୋଡ ସାହାର୍ଯ୍ୟରେ ପତ୍ନୀକୁ ହତ୍ୟା କରିଛି। ଖବରପାଇ ପୁଲିସ ପହଞ୍ଚି ମାଲିକି ମାଝୀକୁ ଅଟକ ରଖିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୁଲିସ ସହ ସାଇଁଟିଫିକ ଟିମ୍ ପହଞ୍ଚି ଘଟଣାର ଛାନଭିନ ଚଲାଇଛନ୍ତି।ଏହା ପରେ ମୃତ ଶବକୁ ଶବ ବ୍ୟବଛେଦ ପାଇଁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ପହଞ୍ଚି ଅନୁସନ୍ଧାନ କରିବା ସହ ମାଲିକିକୁ ଥାନାରେ ଅଟକ ରଖିଛି।ବତ୍ର୍ତମାନ ସୁଦ୍ଧା ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.