କେନ୍ଦ୍ରର ଧାନ କିଣା ଓ ଚାଉଳ କାଟ ନୀତିକୁ ନେଇ -ବିଜେଡିର ବିକ୍ଷୋଭ

0

କାମାକ୍ଷାନଗର/ ରିତେଶ ବ୍ରହ୍ମା,-କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରି ଗରିବ ଲୋକଙ୍କ ୫ କେଜି ଚାଉଳ ବନ୍ଦ କରିବା ବିରୋଧରେ ସାରା ରାଜ୍ୟରେ ବିଜୁ ଜନତା ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ  କାମାକ୍ଷାନଗର ଠାରେ ମଧ୍ୟ ଆନ୍ଦୋଳନ କରାଯାଈଛି।କାମାକ୍ଷାନଗର ବ୍ଲକ ସମୁଖରେ ଏନଏସିର ନଗରପାଳ ଧର୍ମାନନ୍ଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ବିରୋଧରେ ନାରବାଜି କରିଥିଲେ। ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ହାତରେ ପ୍ଲାଗ କାର୍ଡ ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।କହିଥିଲେ କେନ୍ଦ୍ର ସରକାରଙ୍କର ଚାଷି ମାରଣ ନୀତି ଜାରି ରହିଛି । ଚଳିତ ବଜେଟରେ ଧାନ କ୍ରୟ ଲାଗି କେନ୍ଦ୍ର ସରକାର ୨୦ ହଜାର କୋଟି ଟଙ୍କା କମ ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନୀତି ଦ୍ବାରା ଓଡ଼ିଶା କ୍ଷତିଗ୍ରସ୍ତ ହେବ । କେନ୍ଦ୍ର ଉସୁନା ଚାଉଳ ଉଠାଇବା ପରିମାଣ ମଧ୍ୟ କମାଇ ଦେଇଛି । ଏହାଦ୍ବାରା ଓଡ଼ିଶାର ଚାଷିକୁଳ କ୍ଷତିଗ୍ରସ୍ତ ଓ ଗୁରୁତର ଭାବେ ପ୍ରଭାବିତ ହେବେ । ପୂର୍ବରୁ ଓଡ଼ିଶାରୁ କେନ୍ଦ୍ର ୧୮ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଉଥିବାବେଳେ ବର୍ତ୍ତମାନ ଉସୁନା ଚାଉଳ ଉଠାଇବା ବରାଦକୁ ୪ ଲକ୍ଷ ମେଟ୍ରିକ ଟନକୁ କମାଇ ଦିଆଯାଇଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିଛି ।

ଫଳରେ ଜାତୀୟ ଖାଦ୍ୟ ସୁରକ୍ଷା ନିୟମରେ ମିଳୁଥିବା ଅତିରିକ୍ତ ୫ କିଲୋଗ୍ରାମ ମାଗଣା ଚାଉଳ ବନ୍ଦ ହୋଇଯାଇଛି। ।ଏହି ପ୍ରତିବାଦ ସଭାରେ ବ୍ଲକ ଅଧକ୍ଷ ପ୍ରେମାନନ୍ଦ ସାହୁ,ଏନଏସି ଉପାଧକ୍ଷା ଶକୁନ୍ତଳା ସେଠି ସମେତ ସମସ୍ତ କାଉନସିଲ,ସରପଞ୍ଚ,ସମିତିସଭ୍ୟ,ଜିଲ୍ଲାପରିଷଦ,ବ୍ଲକ ଓ ଏନଏସିର ଯୁବସଭାପତି,ମହିଳା ସଭାନେତ୍ରିଙ୍କ ସମେତ ବହୁ ସଂଖ୍ୟାରେ ଦଳିୟ କର୍ମିମାନେ ଉପସ୍ଥିତ ଥିଲେ ।ଶେଷରେ ଏନଏସି ନିର୍ବାହି ଅଧିକାରି ଓ ବିଡିଓଙ୍କୁ ରାଜ୍ୟପାଳଙ୍କ ଉଦ୍ୟେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.