ଓଡ଼ଗାଁ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହ୍ରାସ ବିରୋଧରେ ଗର୍ଜିଲା ବିଜେଡି

0

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହ୍ରାସକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଓଡ଼ଗାଁ ବିଜେଡି ସଂଗଠନ ଆଜି ବ୍ଳକ ସମ୍ମୁଖରେ ଦୃଢ଼ ପ୍ରତିବାଦ ଜଣାଇବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଓଡ଼ଗାଁ ବ୍ଳକ ବିଡ଼ିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ଗାଁ ବ୍ଳକ ବିଜେଡି ସଭାପତି ସୂର୍ଯ୍ୟ ନାରାୟଣ ଚୈଧୁରୀଙ୍କ ନେତୃତ୍ବରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଳକ ଅଞ୍ଚଳର ପ୍ରମୁଖ ନେତୃବୃନ୍ଦ ମାନଙ୍କ ସହିତ ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି ଏବଂ ବିଜୁ ଜନତା ଦଳର ଜିଲ୍ଲା ମହିଳା ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଝିଲ୍ଲୀ ପ୍ରଧାନ, ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ସମବାୟ ବ୍ୟାଙ୍କ ଡାଇରେକ୍ଟର ନିତ୍ୟାନନ୍ଦ ପ୍ରଧାନ, ଯୁବ ନେତା ବିଭୁପ୍ରସାଦ ସାହୁ ପ୍ରମୁଖ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଓଡ଼ଗାଁ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଥିଲେ ।

ଏତଦବ୍ୟତୀତ କେନ୍ଦ୍ର ସରକାରଙ୍କର ମନରେଗା ଯୋଜନା, ମାଗଣା ଗ୍ୟାସ୍ ସିଲିଣ୍ଡର ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ରହିଥିବା ତୃଟି ସମ୍ପର୍କରେ ଆଲୋଚନା କରିବା ସହିତ ତାହା ଓଡ଼ିଶାର ହିତାଧିକାରୀଙ୍କ ନିମନ୍ତେ ଲାଭପ୍ରଦ ହେବନାହିଁ ବୋଲି ପ୍ରତିବାଦ ସଭାରେ ସମର୍ଥକ କେନ୍ଦ୍ର ସରକାର ଏହାର ଜବାବ ଦିଅନ୍ତୁ ବୋଲି ଉଚ୍ଚ ସ୍ବରରେ ପ୍ରଶ୍ନ କରିଥିଲେ ।

Leave A Reply

Your email address will not be published.