କିଶୋର ନଗର ଡିଗ୍ରୀ କଲେଜ ଓ କନ୍ଦରପୁର କଲେଜର ବାର୍ଷିକଉତ୍ସବ

0

ଦୃଢ଼ ମନୋବଳ ସହ ସ୍ୱପ୍ନକୁ ସାକାର କର: ଆକାଶ ଦାସନାୟକ

ଭୁବନେଶ୍ୱର, ୧୬ା୨: ଜୀବନରେ କିଛି କରିବାକୁ ହେଲେ ପ୍ରଥମେ ତୁମର ଲକ୍ଷ୍ୟ ସ୍ଥିର କର ଆଉ ବଡ଼ ସ୍ୱପ୍ନ ଦେଖ । କଠୋର ପରିଶ୍ରମ ଆଉ ଦୃଢ଼ ମନୋବଳ ମାଧ୍ୟମରେ ସେହି ସ୍ୱପ୍ନକୁ ସାକାର କରିବାକୁ ଲାଗିପଡ଼ । ଯେପର୍ଯ୍ୟନ୍ତ ନିଜର ସ୍ୱପ୍ନ ପୂରଣ ନହୋଇଛିସେପର୍ଯ୍ୟନ୍ତ ନିଜର ଅଧ୍ୟବସାୟଜାରିରଖ ।ଶେଷରେ ନିଶ୍ଚିତ ଆପଣ ସଫଳତାର ଶିଖରକୁ ଛୁଇଁବେ ।ଆଉ ସମାଜରେ ନିଜର ଏକ ପରିଚୟ ତିଆରି କରିପାରିବେ ବୋଲି‘ମୋକଲେଜ’ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ।
କଟକସ୍ଥିତ କିଶୋରନଗର ଡିଗ୍ରୀ କଲେଜର ୪୪ତମ ବାର୍ଷିକଉତ୍ସବ ଓ କନ୍ଦରପୁର କଲେଜର ବାର୍ଷିକ ଉତ୍ସବ ଗୁରୁବାର ଆୟୋଜିତ ହୋଇଥିଲା । କିଶୋରନଗର କଲେଜରେ ମୁଖ୍ୟ ଅତିଥି ଭାବେଯୋଗ ଦେଇଶ୍ରୀ ଦାସନାୟକ କହିଲେ, ୪୪ ବର୍ଷ ପୁରାତନ ଏହିକଲେଜହଜାରହଜାରଛାତ୍ରଛାତ୍ରୀଙ୍କଭବିଷ୍ୟତଗଢ଼ିଛି ।ବର୍ତ୍ତମାନ ସମୟ ଆସିଛିଏଠାରୁ ପାଠ ପଢ଼ିଥିବା ପ୍ରାୟ ୫୦ ହଜାର ପୁରାତନ ଛାତ୍ରଛାତ୍ରୀ ନିଜ ଶିକ୍ଷାନୁଷ୍ଠାନର ସର୍ବାଙ୍ଗୀନ ବିକାଶରେ ଯୋଡ଼ିହୁଅନ୍ତୁ ।‘ମୋକଲେଜ’ମାଧ୍ୟମରେ ନିଜ କଲେଜର ଉନ୍ନତି କରିବାକୁ ସହଯୋଗର ହାତ ବଢ଼ାନ୍ତୁ ବୋଲି ସେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କହିଥିଲେ । ସମ୍ମାନିତ ଅତିଥି ଭାବେ ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢ଼ି ନିଜର ଭବିଷ୍ୟତକୁ ଉଜ୍ଜ୍ୱଳ କରିବାକୁ ପ୍ରେରଣା ଦେଇଥିଲେ ।ମୁଖ୍ୟବକ୍ତା ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କୁମରବର ଦାସ ଛାତ୍ରଛତ୍ରୀଙ୍କୁ ସମାଜପ୍ରତି ନିଜର କର୍ତ୍ତବ୍ୟ ନିର୍ବାହ କରିବାକୁ କହିଥିଲେ । କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଅଭୟ ସ୍ୱାଇଁ ସ୍ୱାଗତଭାଷଣ ଦେଇଥିଲେ । ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ମହାନ୍ତିବାର୍ଷିକବିବରଣୀ ପାଠକରିଥିଲେ ।କଲେଜର ‘ମୋକଲେଜ’ ଅଭିଯାନ ସଂଯୋଜକ ଡ. ଅନାଦି ବରାଳ ଅତିଥି ପରିଚୟ ଦେଇଥିଲେ । ଏହି ଅବସରରେ ପ୍ରାଣୀବିଜ୍ଞାନରେ ଦେବୀ ଅର୍ଚ୍ଚନା ପଣ୍ଡାଙ୍କୁ ଶ୍ରେଷ୍ଠସ୍ନାତକ (ବେଷ୍ଟଗ୍ରାଜୁଏଟ୍‌) ପୁରସ୍କାର ଦିଆଯାଇଥିଲା ।ଏହା ସହବିଭିନ୍ନ ପ୍ରତିଯୋଗିତାରେ୫୨ ଜଣ କୃତିଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଅନ୍ୟପକ୍ଷରେ, କନ୍ଦରପୁର କଲେଜରେ ମୁଖ୍ୟ ଅତିଥି ଭାବେ‘ମୋ କଲେଜ’ ଅଧ୍ୟକ୍ଷ ଶ୍ରୀ ଦାସନାୟକ କହିଲେ, କଠୋର ପରିଶ୍ରମର କୌଣସି ବିକଳ୍ପ ନାହିଁ । ଆପଣଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟନେଇ ଦୃଢ଼ମନୋବଳ ସହ କଠୋର ପରିଶ୍ରମକଲେ ସଫଳତାହାସଲକରିପାରିବେ ।କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଧାୟକ ଚନ୍ଦ୍ରସାରଥୀ ବେହେରା, ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷାନିର୍ଦ୍ଦେଶକ ପ୍ରଫେସର ଡ. କାର୍ତ୍ତିକ ପ୍ରସାଦ ଜେନାଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।କଲେଜର ଅଧ୍ୟକ୍ଷ ପ୍ରଫେସର ସାରଦା ପ୍ରସନ୍ନ ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କର୍ମକର୍ତ୍ତା ପରିଷଦର ସମ୍ପାଦକ ଡ. ନମିତା ପଟ୍ଟନାୟକ ଅତିଥି ପରିଚୟ ଦେଇଥିଲେ ।କଲେଜର ‘ମୋ କଲେଜ ଅଭିଯାନ’ସଂଯୋଜକ ଡ. ଅଲେଖଚନ୍ଦ୍ରସାହୁ ଧନ୍ୟବାଦ ଦେଇଥିଲେ ।ଏହି ଅବସରରେ ଅତିଥିମାନେ ବିଭିନ୍ନକ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।

 

Leave A Reply

Your email address will not be published.