ବରଗଡ :- ଆଜି ମାନ୍ୟବର ବିଧାୟିକା ଶ୍ରୀମତି ବର୍ଷା ସିଂ ବରିହାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଜୁ ଜନତା ଦଳ ତରଫରୁ ପାଇକମାଳ ସହର ଶୋଭା ଯାତ୍ରା କରି ବ୍ଲକ ସମ୍ମୁଖରେ ପାଇକମାଲ ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ରାଉତ ଙ୍କ ସଭାପତିତ୍ବରେ ଏବଂ ବିଜୁ ଯୁବ ଜନତାଦଳ ପାଇକମାଳ ବ୍ଳକ ସଭାପତି ଗୌତମ ସିଂ ଙ୍କ ପରିଚାଳନା ରେ କେନ୍ଦ୍ର ସରକାର ବିରୁଦ୍ଧରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା | ଏହି ପ୍ରତିବାଦ ସଭାରେ ଅନେକ ସରପଞ୍ଚ ସମିତି , ବିଜୁ ମହିଳା ଜନତା ଦଳ , ବିଜୁ ଯୁବ ଜନତାଦଳ ଏବଂ ବିଜୁ ଜନତା ଦଳ ର କର୍ମକର୍ତା ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାର ବିରୁଦ୍ଧରେ ବର୍ଷି ଥିଲେ।।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ରାଜ୍ୟର ଗରିବ ପରିବାରକୁ ମୁଣ୍ଡ ପିଛା 5 କେଜି ଚାଉଳ ଯୋଗାଣ ରୁ ବଞ୍ଚିତ କରାଯାଇଥିବା ନିଷ୍ପତି ବିରୋଧ ରେ ବିଜୁ ଜନତା ଦଳ ତରଫରୁ ଆଜି ପାଇକମାଳ ବ୍ଲକ ସମ୍ମୁଖରେ ଗଣ ଧାରଣା ଦିଆଯିବା ସହିତ ପ୍ରତିବାଦ ସଭା କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଗଲା।ଶୋଭାଯାତ୍ରା ଶେଷରେ ବିଧାୟିକା ଙ୍କର ସହିତ ସମସ୍ତ କର୍ମୀ ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର ନାଥ ସାହୁ ଙ୍କର ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କର ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କେରିଥିଲେ ।
ସେହିଭଳି ଭଟଲି ନିର୍ବାଚନ ମଣ୍ଡଳୀର ଭଟଲି ଠାରେ ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଜୁ ଜନତା ଦଳ ତରଫରୁ ଭଟଲି ବ୍ଲକ ସମ୍ମୁଖରେ କେନ୍ଦ୍ର ସରକାର ବିରୁଦ୍ଧରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଯୋଗ ଦେଇ କେନ୍ଦ୍ର ସରକାର ଙ୍କ ଗରିବ ପ୍ରତି କରୁଥିବା ଅନ୍ୟାୟ କୁ ତୀବ୍ର ନିନ୍ଦା କରିଥିଲେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ରାଜ୍ୟର ଗରିବ ପରିବାରକୁ ମୁଣ୍ଡ ପିଛା 5 କେଜି ଚାଉଳ ଯୋଗାଣ ରୁ ବଞ୍ଚିତ କରାଯାଇଥିବା ନିଷ୍ପତି ବିରୋଧ ରେ ବିଜୁ ଜନତା ଦଳ ତରଫରୁ ଆଜି ଭଟଲି ବ୍ଲକ ରେ ଗଣ ଧାରଣା ଦିଆଯିବା ସହିତ ପ୍ରତିବାଦ ସଭା କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଗଲା ।
Sign in
Sign in
Recover your password.
A password will be e-mailed to you.
Prev Post