ବଡ଼ବିଲ (ଶାସକ ପ୍ରଶାସକ): ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଛକ ନିକଟ ୫୨୦ନମ୍ବର ଜାତୀୟ ରାଜପଥରେ ଆଜି ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ଆହତ ମାନେ ଏବେ ଚିକିତ୍ସାଧୀନ ଅଛନ୍ତି। ଦିବା ପ୍ରାୟ ୧ ଘଟିକା ସମୟରେ ଗୋଟିଏ ଟ୍ରଲର ଏକ ମୋଟରସାଇକେଲ ଉପରେ ଚଢି ଯିବାରୁ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେହିପରି ସଂଧ୍ଯା ସମୟରେ ଏକ ୧୪ ଚକିଆ ଟ୍ରଲର ଟ୍ରକ କ୍ରମାଗତ ଭାବରେ ଦୁଇଟି ବାଇକ ଏବଂ ଗୋଟିଏ ହାଇଭା ଟ୍ରକକୁ ଧକ୍କା ଦେଇ ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Next Post