ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡା ବିଜୁ ଜନତା ଦଳର ତରଫରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କୁ ମୁଣ୍ଡ ପିଛା ୫ କେ.ଜି. ଚାଉଳ ଯୋଗାଣରୁ ବଂଚିତ କରାଯାଇଥିବା ନିଷ୍ପତି ବିରୋଧରେ ବୁଧବାର ଦିନ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣ ଦିଆଯାଇଛି । ବିଜେଡି କର୍ମି ମାନେ ଏକ ର୍ୟାଲିରେ ପଂଚାୟତ କାର୍ଯ୍ୟାଳୟକୁ ଆସି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମହାମହିମ ରଷ୍ଟ୍ରପତୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହ ଧାରଣାରେ ବସିଥିଲେ । ବିଜେଡି ପଂଚାୟର ସଭାପତୀ ମନୋଜ କୁମାର ଭୋଇଙ୍କ ସଭାପତୀତ୍ୱରେ ଧାରଭା ସ୍ଥଳରେ ଏକ ସଭାର ଅନୁଷ୍ଠିତ ହୋଇଥିଲା । ସମିତି ସଭ୍ୟ ଠାକୁର ପ୍ରସାଦ ପଣ୍ଡା, ସରପଂଚ ପ୍ରତ୍ୟୁଷ ରଂଜନ ଭୋଇ, ବରିଷ୍ଠ ବିଜେଡି ନେତା ସୁଦିପ ମିଶ୍ର, ରୋହିତ ବିଶି, ଦୁର୍ଗା କଲେତ, ଶରତ ଚାନ୍ଦ, କିଶୋର ପଟେଲ, ନାରାୟଣ ବାଗ, ଆନନ୍ଦ ବନଛୋର, ମୁନିକାନ୍ତ ସୁନା, ଯଦୁମଣି ବେହେରା, ଫକିର କୁମ୍ଭାର ପ୍ରମୁଖ ବିଜେଡି କର୍ମି କେନ୍ଦ୍ର ସରକାରଙ୍କ ନିଷ୍ଟତି ବିରୋଧରେ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମ ସବୁକୁ ସରୋଜ ବାରିକ, ଦିପ୍ତି ବାରିକ, ସାଧୁ ଚରଣ ବାରିକ, ମୁରଲି ସାହୁ ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post