ଘେଁସ ବନ ବିଭାଗର ମିଳିତ ଚଢାଉ

0

ରପ୍ତାନି ଅପେକ୍ଷାରେ ଥିବା ବିପୁଲ ପରିମାଣର କାଠ ଗଣ୍ଡି ସହ ଟ୍ରକ ଜବତ

ମେଲଛାମୁଣ୍ଡା,(ମନୋଜ ଭୋଇ)- ଘେଁସ ରେଂଜ ଅଧିନସ୍ଥ ବିଜେପୁର ସେକସନ ଅର୍ନ୍ତଗତ ଲାଉମୁଣ୍ଡା ଗ୍ରାମର ଜୈନେକ କାଠ ମାଫିଆର ଘରେ ଚଢାଉ କରି ବାଡି ପଡେ ରପ୍ତାନି ଅପେକ୍ଷାରେ ଥିବା ବିପୁଲ ପରିମାଣର କାଠ ସହ ଏକ ଟ୍ରକକୁ ଜବତ କରିବାରେ ବନ କର୍ମଚାରୀ ସଫଳ ହୋଇଛନ୍ତି । ବନ କର୍ମଚାରୀଙ୍କୁ ଅଚାନକ ଭାବେ ମାଫିଆ ଜଣକ ଦେଖି ଘଟଣା ସ୍ଥଳରୁ ଫେରାର ମାରିଦେଇଛି । ବନ କର୍ମଚାରୀ ଟାଟା ୪୦୭ ଟ୍ରକ ରେଂନଂ ଓଆର ୧୭୮୬ ସହିତ ବିପୁଲ ପରିମାଣର ଖଇର, କୁରୁଲୁ, କେନ୍ଦୁ ଆଦି ଗଛ ଗଣ୍ଡି ସବୁକୁ ଜବତ କରିଛି । ଏ ନେଇ ଓଆର ୧୦୪/୨୩ ରେ ଏକ ମାମଲା ରୁଜୁ କରି ରେଂଜର ଗଜେନ୍ଦ୍ର ଏଣ୍ଡଜା ତଦନ୍ତ କରୁଛନ୍ତି । ଚଢାଉରେ ଏସିଏଫ ରାଜେନ୍ଦ୍ର ଗୋଚ୍ଚାୟତ, ରେଂଜର ଗଜେନ୍ଦ୍ର ଏଣ୍‌ଡଜା, ଡେପୁଟି ରେଜର ସୁଦାମ ଜଗଦଲା, ଫରେଷ୍ଟର ରମେଶ ପଧାନ, ଫରେଷ୍ଟର ରେଜେନ୍ଦ୍ର ସିଂ, ଫରେଷ୍ଟର କୈଲାଶ ମାଝୀ, ଫରେଷ୍ଟଗାର୍ଡ ଅଭିଶେଷ ସାହୁ, ଫରେଷ୍ଟଗାର୍ଡ ଅନୁକମ୍ପା ଭୁଏ, ଫରେଷ୍ଟଗାର୍ଡ କୁଂଜଲତା ଶତପଥୀ, ଫରେଷ୍ଟଗାର୍ଡ ଆଜାଦ ପଧାନ ପ୍ରମୁଖ ସାମିଲ ଥିଲେ । ଏହି ମିଳିତ ଚଢାଉରେ ଘେଁସ ରେଂଜ ବ୍ୟତିତ ବରଗଡ ଓ ପଦ୍ମପୁର ରେଂଜର ସ୍ୱାଡ ଟିମ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.