ଛୁଆଙ୍କୁ ମାରି ଆତ୍ମହତ୍ୟା କରିଥିବା ମହିଳାଙ୍କ ପରିବାରଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

0

ଚମ୍ପୁଆ- ଚମ୍ପୁଆ ଥାନା ଅନ୍ତର୍ଗତ ଡୁରୁକୁଳିଆ ଗ୍ରାମରେ ଦୁଇ ଶିଶୁ ପୁତ୍ରଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ମହିଳାଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ବିଜେପି ପ୍ରତିନିଧି ମଣ୍ଡଳ। ଚମ୍ପୁଆ ବିଧାନସଭା ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ଦୁରୁକୁଳିଆ ଗ୍ରାମ କୁ ଯାଇ ନିଜ ୨ବର୍ଷ ଓ ୪ବର୍ଷ ର ନିରୀହ ନିଷ୍ପାପ ପୁତ୍ର ଙ୍କୁ ମାରି ଆତ୍ମହତ୍ୟା କରିଥିବା ମହିଳା ଙ୍କ ପରିବାର ଙ୍କୁ ଭେଟି ଛୁଆଙ୍କୁ ମାରି ଆତ୍ମହତ୍ୟା ର କାରଣ ବିଷୟ ରେ ପରିବାର ଙ୍କୁ ପଚାରି ବୁଝି ଥିଲେ ଓ ସ୍କୁଲ ଯାଇଥିବାରୁ ବର୍ତ୍ତି ଯାଇଥିବା ୬ବର୍ଷ ର ମା ଛେଉଣ୍ଡ ଶିଶୁ କନ୍ୟା କୁ ଆଶ୍ଵାସନା ଦେଲେ ଓ ପରିବାର ବର୍ଗ ଙ୍କୁ ତା ଆଗାମୀ ଭବିଷ୍ୟତ ପାଇଁ ଭଲ ଭାବେ ପ୍ରତିପୋଷଣ କରିବା ପାଇଁ କହିଥିଲେ ଏବଂ ମୃତ ମହିଳା ଙ୍କ ସ୍ବାମୀ ଓ ପୁତ୍ର ହରା ହତଭାଗ୍ୟ ପିତା ଙ୍କୁ ସହାନୁଭୂତି ସହ ଆଶ୍ଵାସନା ଦେଲେ। କାର୍ଯ୍ୟ ବ୍ୟସ୍ତତା ହେତୁ ଚମ୍ପୁଆ ବିଧାନସଭା ର ବରିଷ୍ଠ ନେତା ଡ଼ ମୁରଲୀ ମନୋହର ଶର୍ମା ଅଞ୍ଚଳ ବାହାରେ ଥିବାରୁ ତାଙ୍କ ପରାମର୍ଶ କ୍ରମେ ପ୍ରତିନିଧି ଦଳରେ ଜିଲ୍ଲା ଉପସଭାପତି ଦେବପ୍ରସାଦ ମିଶ୍ର, ଚମ୍ପୁଆ ମଣ୍ଡଳ ସଭାପତି ରାଜେଶ ଆଚାର୍ଯ୍ୟ, ରାଜ୍ୟ ଓବିଶି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଚର୍ଚିଲ ମହାକୁଡ, ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ବିଶ୍ଵନାଥ ନନ୍ଦ, ଯୋଡ଼ା ଉପସଭାପତି ପାର୍ଥ ସାରଥୀ ଷଡ଼ଙ୍ଗୀ , ଚମ୍ପୁଆ ଯୁବମୋର୍ଚ୍ଚା ସଭାପତି ଅଭିନାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ

Leave A Reply

Your email address will not be published.