ଓଡ଼ଗାଁ/(ଶ୍ରୀକାନ୍ତ କୁମାର ମିଶ୍ର: ଓଡ଼ଗାଁ ବ୍ଲକ୍ ସୁନାମୁହିଁ ପଞ୍ଚାୟତ ବାଲିଶିଂଶା ପ୍ରାଥମିକ ବିଦ୍ୟାଳୟରେ ଦୁଇଶିକ୍ଷକଙ୍କ ମଧ୍ୟରେ ଲାଗିଥିବା ବିବାଦ ଉଗ୍ରରୂପ ପହଁଞ୍ଚିଛି । ପୂର୍ବରୁ ପ୍ରଧାନଶିକ୍ଷକ ପବିତ୍ର ମୋହନ ସେଠୀ ଛାତ୍ରଛାତ୍ରୀଙ୍କ ଚାଉଳଚୋରି କରିବା ଘଟଣାକୁନେଇ ସହକାରୀ ଶିକ୍ଷକ ଭାଗିରଥୀ ନାୟକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହାକୁ ନେଇ ରାଗ ସୁଝାଇବାକୁ ଯାଇ ପୁଣିଥରେ ପ୍ରଧାନଶିକ୍ଷକ ଶ୍ରୀସେଠୀ ସହକାରୀ ଶିକ୍ଷକଙ୍କୁ ଉଠାଇ ନେଇ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ସହକାରୀ ଶିକ୍ଷକ ଶ୍ରୀ ନାୟକ ଜିଲ୍ଲାପାଳ, ଏସପି, ଗଣଶିକ୍ଷା ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ପଠାଇଛନ୍ତି। ଏହିଖବର ପ୍ରକାଶ ପାଇବାପରେ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ସୁନାମୁହିଁ ପଞ୍ଚାୟତ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ଓ ଝାଡ଼ସାହି ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରଭାତ କୁମାର ସୁତାରଙ୍କୁ ତଦନ୍ତକରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୬ମାସତଳେ ବାଲିଶିଁଶା ପ୍ରାଥମିକ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ୭ବସ୍ତା ଚାଉଳ ପ୍ରଧାନଶିକ୍ଷକ ହଡ଼ପକରି ନେଇଥିଲେ। ତାହା ଜଣାପଡିବା ପରେ ସହକାରୀ ଶିକ୍ଷକ ଶ୍ରୀ ନାୟକ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ।ଏହି ଘଟଣାର ରଫାଦଫା କରି ଚାପିଦେବା ପରେ ଗତ ୬ତାରିଖଦିନ ସହକାରୀ ଶିକ୍ଷକ ଶ୍ରୀ ନାୟକ ବିଦ୍ୟାଳୟରେ ହଠାତ୍ ଅସୁସ୍ଥ ହୋଇପଡିଲେ।ସେ ଘରକୁ ଯିବାକୁ ଦରଖାସ୍ତ ଲେଖି ପ୍ରଧାନଶିକ୍ଷକଙ୍କୁ ଦେଇଥିଲେ। ହେଲେ ପ୍ରଧାନଶିକ୍ଷକ ତାଙ୍କୁ ଛାଡ଼ିବାକୁ ମନା କରିଥିଲେ। ଏହାକୁନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପ୍ରଧାନଶିକ୍ଷକ ଶ୍ରୀ ସେଠୀ ତାଙ୍କୁ ଉଠାଇ ନେବାକୁ କହିଥିବା ନେଇ ସହକାରୀ ଶିକ୍ଷକ ଅଭିଯୋଗ କରିଛନ୍ତି। ସେ ଗଣମାଧ୍ୟମ ଆଗରେ ଏହିକଥାକୁ ସ୍ବୀକାର କରିଥିବା ବେଳେ ବ୍ଲକ୍ ଶିକ୍ଷା ଅଧିକାରୀ ଗିତାଞ୍ଜଳି ସାହୁ ଘଟଣାର ତଦନ୍ତକରି ରିପୋର୍ଟ ପ୍ରଦାନ କରିବାକୁ ଦୁଇ ପ୍ରଧାନଶିକ୍ଷକଙ୍କୁ ଦାଇତ୍ୱ ପ୍ରଦାନ କରିଥିବା ସୁଚନା ମଳିଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post