୧୧କେଭି ବିଦ୍ୟୁତ୍ ତାରରେ ଲାଗି ଓଧ ମୃତ୍ୟୁ

0

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ କଲେଜ ରୋଡ଼ରେ ଥିବା ୧୧କେଭି ବିଦ୍ୟୁତତାର ସଂସ୍ଫର୍ଶରେଆସି ଏକ ଓଧର ମୃତ୍ୟୁଘଟିଛି।ଫଳରେ କିଛିସମୟ ପାଇଁ ବିଦ୍ୟୁତ୍ ସରବରାହ ବନ୍ଦରହିଥିଲା।ସୂଚନା ଅନୁଯାୟୀ ରବିବାର ଭୋରସମୟରେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ନିକଟରେ ଥିବା ୧୧କେଭି ବିଦ୍ୟୁତ୍ ଖୁଣ୍ଟରେ ଏକଓଧ ଚଢିଯାଇଥିଲା। ଖୁଣ୍ଟରେ କିଛିବାଟ ଚଢିବାପରେ ବିଦ୍ୟୁତ୍ ତାର ସଂସ୍ଫର୍ଶରେ ଆସି ତାରମୃତ୍ୟୁ ହୋଇଥିଲା।ବିଦ୍ୟୁତ୍ ବିଭାଗ କର୍ମଚାରୀମାନେ ବିଦ୍ୟୁତ୍ କାଟ୍ ସଂପର୍କରେ କୈୖାଣସି ସୂଚନା ପାଇନଥିଲେ।କିଛି ସମୟପରେ ମହାବିଦ୍ୟାଳୟ ନିକଟ ଏକ ବିଦ୍ୟୁତ୍ ଖୁଣ୍ତରେ ଓଧ ଝୁଲୁଥିବା ଦେଖିବାକୁ ପାଇଥିଲେ।ବିଦ୍ୟୁତ୍ ତାରରୁ ଓଧକୁ ବାହାର କରିବାପରେ ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇଥିଲା।

Leave A Reply

Your email address will not be published.