କାମାକ୍ଷାନଗର – କାମାକ୍ଷାନଗର ମହୋତ୍ସବ ର ଆଜି ଉଦଯାପିତ ହୋଇଛି। ଏହି ମହୋତ୍ସବ ରେ ଆଜି ଦିନ ରେ କାମାକ୍ଷାନଗର ଏନ୍ ଏ ସି ଏବଂ ଭୁବନ ଏନ୍ ଏ ସି ମଧ୍ୟ ରେ କ୍ରିକେଟ୍ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚ୍ ରେ ଭୁବନ ଏନ୍ ଏ ସି କାମାକ୍ଷାନଗର ଏନ୍ ଏ ସି କୁ ହରାଇ ଚମ୍ପିୟାନ ହୋଇଥିଲା। ପରେ ସଂଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ର ବିଭିନ୍ନ ଜିଲ୍ଲା ରୁ ଆସିଥିବା ଛୋଟ ଛୋଟ କଳାକାର ଏବଂ ଜିଲ୍ଲା ର ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଥିଲେ। କଙ୍କଡ଼ାହାଡ଼ ରୁ ଆସିଥିବା କଳାକାର ମାନଙ୍କର ଆଦିବାସୀ ନୃତ୍ୟ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିଲା। ପରେ ଉତ୍ସବର ସଭାପତି ତଥା ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏକ ବିଶେଷ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଜଙ୍ଗଲ , ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓଡ଼ିଶା ସରକାର, ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ ଯୋଜନା ଓ ସଂଯୋଜନା ବିଭାଗ ଓଡ଼ିଶା ସରକାର, ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଅବକାରୀ ବିଭାଗ ଓଡ଼ିଶା ସରକାର, ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ମାନ୍ୟବର ଉପ ବାଚସ୍ପତି, ରାଜ୍ୟ ବିଧାନ ସଭା ଓଡ଼ିଶା , ଶ୍ରୀଯୁକ୍ତ ମହେଶ ସାହୁ ସାଂସଦ ଢ଼େଙ୍କାନାଳ,ଶ୍ରୀଯୁକ୍ତ ସତ୍ୟବ୍ରତ ତ୍ରିପାଠୀ ସଭାପତି ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ, ଆଦି ଯୋଗ ଦେଇଥିଲେ। ପରେ କମେଡିଆନ ମିଷ୍ଟର ନନସେନ୍ସ, ମନି ଏବଂ ଓଡ଼ିଆ ଫିଲ୍ମ ଜଗତର କଳାକାର ଅଶ୍ୱିନୀ ଏବଂ ପ୍ରେରଣା ଙ୍କ ନୃତ୍ୟ ରେ ସମସ୍ତେ ଝୁମି ଉଠିଥିଲେ। ଆଜି ପଲିଶ୍ରୀ ମେଳା ରେ ଦର୍ଶକ ଙ୍କ ପ୍ରବଳ ଭିଡ଼ ସମାଗମ ହୋଇଥିଲା। ବେପାରୀ ମାନେ ଭଲ ବ୍ୟବସାୟ କରୁଥିବାର ନଜର ଆସିଥିଲା।
Sign in
Sign in
Recover your password.
A password will be e-mailed to you.
Prev Post