ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୭ ଦିନର ରିଲିଫ ଯୋଗାଇ ଦେବାକୁ ନିର୍ଦ୍ଦେଶ 

0

୭ ଦିନ ଭିତରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ୭ ଦିନ ଭିତରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ କହିଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟ ଠାରେ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର  ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି | ସ୍ଥିତି ସମ୍ପର୍କରେ  ଜିଲ୍ଲାର ଜିଲାପାଳ ନାନକ ସହ କଥା ହୋଇଛନ୍ତି | ରିଲିଫ ସହାୟତା ୭ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଇଛନ୍ତି|  ବଡ ମାନଙ୍କ ପାଇଁ ଦୈନିକ ୬୦ ଟଙ୍କା  ଓ ୧୨ ବର୍ଷରୁ  କମ ପିଲା ମାନଙ୍କ ପାଇଁ ୪୫  ଟଙ୍କାର  ରିଲିଫ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ଗୃହପାଳିତ ପଶୁ ମାନଙ୍କ ମାଗଣା ଚିକିତ୍ସା ତଥା ଟୀକାକରଣ ଓଆଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ୭ ଦିନ ଭିତରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବା ପାଇଁ ଜ଼ିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି |

Leave A Reply

Your email address will not be published.