ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ଏନ.ଏସ.ଏସ ସ୍ୱେଚ୍ଛାସେବୀଙ୍କ ଜାତୀୟ ସ୍ତରର ଆଡଭେନଚର କ୍ୟାମ୍ପ ପାଇଁ ମନୋନୀତ ।

0

ବାରିପଦା(ଦିଲ୍ଲୀପ ମହାନ୍ତି) ବାରିପଦା ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣଯଟର ୫ ଜଣ ସ୍ୱେଚ୍ଚାସେବୀ ମୋହାଲିଠାରେ ହେବାକୁ ଥିବା ଜାତୀୟସ୍ତରର ଆଡଭେନଚର କ୍ୟାମ୍ପରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ତରଫରୁ ଯୋଗ ଦବା ପାଇଁ ଛାତ୍ରୀମାନଙ୍କ ମଧ୍ୟରେ ପଲ୍ଲବୀ ଦାଶ, ଅଙ୍କିତା ଦାସ ଏବଂ ସଂଗୀତା ସୋରେନ ଏବଂ ଛାତ୍ରମାନଙ୍କ ମଧ୍ୟରେ ଅସିତ କୁମାର ତି୍ରପାଠୀ ଏବଂ ବିକାଶ କୁମାର ବାରିକ ପ୍ରମୁଖ ମନୋନୀତ ହୋଇଛନ୍ତି । ହିମାଚଳ ପ୍ରଦେଶ ମୋହାଲିଠାରେ ଏହି ଆଡଭେନଚର କ୍ୟାମ୍ପ ଚଳିତ ସେପ୍ଟେମ୍ବର ୧୨ରୁ ଆରମ୍ଭ ହୋଇ ୨୧ ପର୍ଯ୍ୟନ୍ତ ସ୍ୱେଚ୍ଛାସେବୀମାନଙ୍କୁ ପାହାଡ ଚଢିବା, ଜଳକ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡିବ । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ତରଫରୁ ୧୦ ଜଣ ଛାତ୍ର ଏବଂ ୧୦ ଜଣ ଛାତ୍ରୀ ସ୍ୱେଚ୍ଛାସେବୀ ମୋହାଲିଠାରେ ହେବାକୁ ଥିବା ଏହି ଦୁଃସାହାସିକ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବା ପାଇଁ ମନୋନିତ ହୋଇଛନ୍ତି । ଏହି କ୍ୟାମ୍ପ ଭାରତ ସରକାରଙ୍କ ତରଫରୁ ପ୍ରଯୋଜିତ ଏକ କାର୍ଯ୍ୟକ୍ରମ । କଲେଜର ଅଧ୍ୟକ୍ଷ ପ୍ରଦୀପ ନାୟକ, ଉପାଧ୍ୟକ୍ଷା ସଂଘମିତ୍ରା ରାଉତ, ପ୍ରୋଗ୍ରାମ ଅଫିସର ମୀରା ସେନାପତି, ଅଧ୍ୟାପକ ଗଣେଶ ଚନ୍ଦ୍ର ପରିଡା, ଇଂରାଜୀ ଅଧ୍ୟାପକ ପ୍ରବୀର କୁମାର ପାଣିଗ୍ରାହୀ, ଏନ.ଏସ.ଏସ ସ୍ୱେଚ୍ଛାସେବୀମାନଙ୍କୁ ସ୍ୱାଗତ ଜଣାଇଛନ୍ତି । ସୀମାନ୍ତ ମହାବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଡ. ଦେବେଶ ଶଙ୍କର ହୋତା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ଦଳର ନେତୃତ୍ୱ ନେଉଥିବାର ଜଣାପଡ଼ିଛି ।

 

Leave A Reply

Your email address will not be published.