ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜ଼ିଲ୍ଲାର ସର୍ବ ପୁରାତନ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧକ୍ଷ୍ୟ ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାନସଭା ମୁଖ୍ୟ ସତେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ଓ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରି ପ୍ରତିଷ୍ଠା ଦିବସକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହା ପରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ , ସଂମ୍ମାନିତ ଅତିଥିଭାବେ ପ୍ରଫେସର ସୁଶୀଲ ମଲ୍ଲିକ , ଅବସର ପ୍ରାପ୍ତ ଅଧ୍ୟାପିକା ଗୀତା କାନୁନଗୋ , ପ୍ରଫେସର ପୁର୍ଣ ଚନ୍ଦ୍ର ଦାସ , ପ୍ରଫେସର ବଟକୃଷ୍ଣ ରାୟ ପ୍ରମୁଖ ଯୋଗ ଦେଇ ପାଠ ପଢିବା ସହିତ ଛାତ୍ରଛାତ୍ରୀମାନେ ନିଜକୁ ଜଣେ ଭଲ ମଣିଷ ଭାବେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ ଏବଂ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଅବସର ନେଇଥିବା କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ କୃତି ଛାତ୍ର,ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବିଧାୟକ ଓ ସାଂସଦ କଲେଜର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟପାଇଁ ଉଭୟ ୨୦ ଲକ୍ଷ ଟଙ୍କା ଲେଖାଏ ଅନୁଦାନ କଲେଜକୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ମୋ କଲେଜ ଅଭିଯାନକୁ ବ୍ୟକ୍ତିଗତ ଭାବେ ୧ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ ଏବଂ କଲେଜର ପୁରାତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ଶଶାଙ୍ଖ ଶେଖର ପଣ୍ଡା ନିଜ ପିତାମାତାଙ୍କ ସ୍ମୃତି ରକ୍ଷାପାଇଁ ବାସନ୍ତୀ-ହେମନ୍ତ ମେମୋରିଆଲ ସ୍କଲାରଶିପ ଆରମ୍ବ କରିବା ପାଇଁ କଲେଜକୁ ୧ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ । ଏହି ଅର୍ଥ କଲେଜ ଆକାଉଣ୍ଟରେ ଫିକ୍ସଡିପୋଜିଟ ରହି ସୁଧ ଅର୍ଥରେ ପ୍ରତ୍ୟେକ ବର୍ଷ ସର୍ବାଧିକ ନମ୍ବର ରଖି କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀଙ୍କୁ ସ୍କଲାରଶିପ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଛାତ୍ରଛାତ୍ରୀ, ବିଶିଷ୍ଟ ବ୍ୟକ୍ତି ଓ ରାଜନେତା ପ୍ରମୁଖ ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post