ପରଜଙ୍ଗ ଅଞ୍ଚଳରେ ଏକାଧିକ ଚୋରି ,ଡକାୟତି କେସରେ ସହଯୋଗ ଅଭିଯୋଗରେ ୩ ଗିରଫ

0

ସମ୍ବାଦିକ ସମ୍ମିଳନିରେ ସୂଚନା ଦେଲେ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ।

କାମାକ୍ଷାନଗର(ରିତେଶ ବ୍ରହ୍ମା): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପୋଲିସକୁ ବଡ଼ ସଫଳତା । ପରଜଙ୍ଗ ଓ ଏହାର ଆଖ ପାଖ ଅଞ୍ଚଳରେ ହୋଇଥିବା ଚୋରି ,ଡକାୟତି ,ବ୍ୟାଙ୍କ ଲୁଟ ଘଟଣାର ସଂପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି । ଗତ ୩ ତାରିଖ ଶୁକ୍ରବାର ଦିନ ମହାବିରୋଡ଼ ବ୍ୟାଙ୍କ ଲୁଟ ଘଟଣାରେ ୯ ଜଣଙ୍କୁ ଗିରଫ ପରେ ଆଜି ମୁଖ୍ୟ ଇନଫର୍ମର ତଥା କେଉଁଠି ଟଙ୍କା ଅଛି ଏବଂ କେଉଁ ରାସ୍ତା ଦେଇ ସହଜରେ ଲୁଟ କରି ଖସିବାରେ ସକ୍ଷମ ହେବେ,ସେ ନେଇ ସମ୍ପୂର୍ଣ ସୂଚନା ଦେଉଥିଲେ। ଗିରଫ ୩ ଜଣ ହେଲେ ପରଜଙ୍ଗର ବିଜୟ ସାମଲ ଓରଫ ବଗାକୁ ଗିରଫ କରିଛି ପୋଲିସ । ଏଥିସହିତ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ହେଲେ କନ୍ଦରସିଙ୍ଗା ଗ୍ରାମର ହେମନ୍ତ ରାଉତ ଏବଂ ମଝିକା ଗ୍ରାମର ଆଶିଷ ନାଏକକୁ ମଧ୍ୟ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଭାବେ ଅଂଚଳରେ କ୍ରାଇମ କରିବାରେ ଏମାନଙ୍କର ସମ୍ପୃକ୍ତି ଥିବା ପ୍ରେସମିଟ ରେ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି ।

ପରଜଙ୍ଗର ପ୍ରତିଷ୍ଠିତ ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରେ ଗତ ୦୬.୧୦.୨୦୨୨ ତାରିଖରେ ପଶି ଲୁଟ ହେଉ ଅବା ନିକଟରେ ୦୯.୦୧.୨୦୨୩ ତାରିଖରେ କନ୍ଦରସିଂହା ଗାଁର ଗ୍ରୋସରି ବ୍ୟବସାୟୀ କ୍ଷୀରୋଦ ସାହୁଙ୍କ ମ୍ୟାନେଜରଙ୍କ ଉପରେ ଆକ୍ରମଣ କରି ଲୋଧଣୀ ଗାଁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସାମ୍ନାରୁ ୧୫ ଲକ୍ଷ ଟଙ୍କା ଲୁଟ। ଏ ସବୁ ଘଟଣାରେ ଏମାନଙ୍କର ସମ୍ପୃକ୍ତି ରହିଛି । ତେବେ ଏହା ପଛରେ ଅନେକ ଲୋକଙ୍କ ସହଯୋଗ ଥିବା ପୋଲିସ ପ୍ରକାଶ କରିବା ସହ ତଦନ୍ତ ଚାଲୁରହିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ପିସ୍ତଲ ,ଗୁଳି ,ଭୁଜାଲି ଏଥିସହିତ କିଛି ଟଙ୍କା ମଧ୍ୟ ଜବତ ହୋଇଥିବା ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଲେ ଢେଙ୍କାନଳ ଏସ୍ପି ଜ୍ଞାନରଞ୍ଜନ ମହାପାତ୍ର୍ର। ଯାହା ତଦନ୍ତ ପରିସରଭୁକ୍ତ ଥିବାରୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.