ସୁବଳୟା ବିରାଟ ଧନୁଯାତ୍ରା ମହୋତ୍ସବ ତୃତୀୟ ସନ୍ଧ୍ୟା

0

କୃଷ୍ଣ ଜନ୍ମ ହେବାର ଶୁଣି କଂସ ବିଚଳିତ

ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ବାବା ଅବଧୂତ ସାଂସ୍କୃତିକ ସଂଘ ପକ୍ଷରୁ ପ୍ରଥମ ବିରାଟ ଧନୁଯାତ୍ରା ମହୋତ୍ସବ ଗୁରୁବାର ଥିଲା ତୃତୀୟ‌ ସନ୍ଧ୍ୟା ।‌ କଂସଙ୍କ ନଗର ପରିକ୍ରମା କରିବା ସହ ରାଜ ଦରବାର ଅନୁଷ୍ଠିତ ହୋଇଥିଲା। କଂସ ମହାରାଜଙ୍କ ଆଦେଶ କ୍ରମେ କମିଟି ସଭାପତି ରାଜେଶ କୁମାର ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ରାଜସଭାରେ ରାଜକୀୟ ଅତିଥି ଭାବେ ସୁବଳୟା ପଶୁ ଡାକ୍ତର ଆକାଶ କୁମାର ସାହୁ, ଆଠମଲ୍ଲିକ ସରପଞ୍ଚ ସୁଦର୍ଶନ ଗାଇଗୋରିଆ, ସୁବଳୟା ବନଖଣ୍ଡ ଅଧିକାରୀ‌ ଅବିନାଶ ବରିହା, ବୀରମହାରାଜପୁର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର, ସୁବଳୟା ସ୍ବାସ୍ଥ୍ୟ କେନ୍ଦ୍ର ଡ.ଅବକାଶ ମିଶ୍ର ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ପ୍ରମୁଖ ଯୋଗଦେଇ ମହାରାଜା କଂସଙ୍କ ପ୍ରଶ୍ନ ଉତ୍ତର ରଖିଥିଲେ। ରାଜକୀୟ ଅତିଥି ମାନଙ୍କ ପାଇଁ ରାଜ ଦରବାରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଚନ୍ଦ୍ରମଣି ବାଘ ସଭା ପରିଚାଳନା କରିଥିଲେ। ନାଟ୍ୟ ଅଭିନୟକ୍ରମେ ମଥୁରା ନଗରି ନରେଶ କଂସ ବନ୍ଦି କାରାକାରରେ ଦେବକୀ ଓ ବସୁଦେବଙ୍କ ଆଠ ଗୋଟି ସନ୍ତାନ କୁ ଦର୍ପଣ ଶିଳାରେ କଚାଡି ମାରିବା, କୃଷ୍ଣ ଜନ୍ମ ହେବାର ଦୃଶ୍ୟ , ତତେ ମାରିବ ଯିଏ ଗୋପରେ ବଢୁଛି ସିଏ ବିଜୁଳି କନ୍ୟା ଏଭଳି ଶୁନ୍ୟ ବାଣୀ ଶୁଣି କଂସ ବିଚଳିତ ହେବାର ଦୃଶ୍ୟ ନାଟ୍ୟ ଅଭିନୟ ହୋଇଥିଲା। ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ମନଭରି ଉପଭୋଗ କରିଥିଲେ। ଏହି ଅବସରରେ ମୀନା ବଜାର, ଅପେରା, ବିଭିନ୍ନ ଘରୋଇକରଣ ସାମଗ୍ରୀ ଦୋକାନ ପସରା, ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.