ଆଦାନୀ ଗ୍ରୁପ ଠକେଇ ମାମଲାରେ ଷ୍ଟେଟବ୍ୟାଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା କଂଗ୍ରେସ

0

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆମେରିକାର ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀଙ୍କ ସମ୍ପତ୍ତି ଅଧାରୁ କମ୍ ହୋଇଯାଇଛି। ଆଦାନୀ ଗ୍ରୁପର ସେୟାର ପ୍ରତିଦିନ ହ୍ରାସ ପାଉଛି ବୋଲି ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନି ଗ୍ରୁପ୍‌ର ବିଭିନ୍ନ ସଂସ୍ଥାର ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହରାଇଲେଣି ନିକଟରେ ଆଦାନି କଂପାନିର ସେୟାରରେ ୫୮ ପ୍ରତିଶତ ଭଳି ହ୍ରାସ ଘଟିଥିବା ନେଇ କଂଗ୍ରେସ କେନ୍ଦ୍ର ସରକାରକୁ ଘେରିଛି |
ଏହାକୁ ନେଇ କେନ୍ଦ୍ର ସରକାର ବିଜେପି ନିରବ ରହୁଥିବା କଂଗ୍ରେସ କହିଛି । Lic ର ୧୯କୋଟି ଜମାକାରୀ, ଓ Sbi ର ୪୫କୋଟି ଜମାକାରୀଂକ ଅର୍ଥ ସୁରକ୍ଷା ଦାବିରେ କଂଗ୍ରେସ ଆଜି ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ନେତୃତ୍ୱରେ ଏସବିଆଇ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରବୀନ୍ଦ୍ର ନାଥ ମହାନ୍ତି, ପୂର୍ବତନ ପୌରାଦକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପଶାନ୍ତ ମଲ୍ଲିକ, ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ ଜେନା, ନଗର କଂଗ୍ରେସ ସଭାପତି ଅଭୟ ମହାନ୍ତି ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.