ଯୋଡ଼ା ମଣ୍ଡଳ ବିଜେପି ର ପଞ୍ଚମ କାର୍ଯ୍ୟକାରିଣୀ ବୈଠକ

0

ଯୋଡ଼ା: ଆଜି ଯୋଡ଼ା ମଣ୍ଡଳ ବିଜେପି ର ପଞ୍ଚମ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ମଣ୍ଡଳ ସଭାପତି ସୁଶାନ୍ତ କୁମାର ବେବର୍ତ୍ତା ସଭାପତିତ୍ବ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଚମ୍ପୁଆ ବିଧାନସଭା ର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦୁଝର ଜିଲ୍ଲା ସଭାପତି ପୂର୍ବତନ ରାଜ୍ୟ ସାଧାରଣ ସଂପାଦକ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼ ମୁରଲୀ ମନୋହର ଶର୍ମା ମଣ୍ଡଳ ର କାର୍ଯ୍ୟକର୍ତ୍ତା ଙ୍କୁ ଆଗାମୀ ଯୋଜନା ସହ ରଣନୀତି ପ୍ରସ୍ତୁତ କରିଥିଲେ ଓ କାର୍ଯ୍ୟକର୍ତ୍ତା ଙ୍କୁ ଉତ୍ସାହିତ କରି ଆଗାମୀ ନିର୍ବାଚନ ରେ କିପରି ଜିତାପଟ ହେବ ସେ ବିଷୟ ରେ କାର୍ଯକର୍ତ୍ତା ଙ୍କୁ କିଭଳି ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କୁ ବିଜେପି ର ନିକଟତର କରି ଭୋଟ ହାସିଲ କରିବା ପାଇଁ ମିଳିତ ଭାବେ କାମ କରିବାକୁ ପ୍ରୋତ୍ସାହନ କରିଥିଲେ। ଏହି ବୈଠକ ରେ ବରିଷ୍ଠ ନେତା ତଥା ପୂର୍ବତନ ବଡବିଲ ନଗରପାଳ ଦିଲ୍ଲୀପ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ତଥା ଏବେକାର ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ନମାମୀ ଗଙ୍ଗେ ନଦୀ ସୁରକ୍ଷା ସମିତି ର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ଜିଲ୍ଲା ଉପସଭାପତି ତଥା ଚମ୍ପୁଆ ବିଧାନସଭା ର ସଂଯୋଜକ ଦେବପ୍ରସାଦ ମିଶ୍ର , ରାଜ୍ୟ ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ତଥା ଯୋଡ଼ା ମଣ୍ଡଳ ର ବରିଷ୍ଠ ନେତା ଚର୍ଚିଲ୍ ମହାକୁଡ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତା ଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ଭାଜପା କିଭଳି ଲୋକଙ୍କ ନିକଟତର ହେବ ଓ ଚମ୍ପୁଆ ବିଧାନସଭା ଆସନ ଜିତିବାକୁ କାର୍ଯ୍ୟକର୍ତ୍ତା ଙ୍କୁ ଏକାଠି ହୋଇ ଆଗାମୀ ଦିନରେ ସଙ୍ଗଠନ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ନିଜ ଭାଷଣ ମାଧ୍ୟମ ରେ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସାଧାରଣ ସଂପାଦକ ଅନନ୍ତ ପ୍ରକାଶ ଟୁଡୁ ଓ ଉପସଭାପତି ପାର୍ଥ ସାରଥି ଷଡ଼ଙ୍ଗୀ ପରିଚାଳନା କରିଥିଲେ |

Leave A Reply

Your email address will not be published.