ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଜ୍ଞାନ ଗ୍ରାମରେ ଅନୁଷ୍ଠିତ ହେଉଥିବା ହନୁମାନ ମନ୍ଦିର ପ୍ରତିଷ୍ଠା ଅବସରରେ ଜନସାଧାରଣଙ୍କ ମନୋରଂଜନ ପାଇଁ ପୂଜା କମିଟି ତରଫରୁ ରାବଣରାଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଜ୍ଞାନ ଅଂଚଳଟି ମହାରାଜ ରାବଣର ଦୌରାତ୍ମ୍ୟରେ ପ୍ରକମ୍ପିତ ହୋଇଉଠୁଛି । ଜଣାଶୁଣା ଅଭିନେତା ଭରବଙ୍କନଶ୍ୱର ପଧାନ ରାବଣ ଭୁମିକାରେ ଅବତିର୍ଣ୍ଣ ହୋଇଛନ୍ତି । କାର୍ଯ୍ୟକ୍ରମକୁ ଦେଖିବାକୁ ହଜାର ସଂଖ୍ୟାରେ ଦର୍ଶକ ଶିତ କାକରକୁ ଖାତିର କରୁନାହାନ୍ତି । ରବିବାର ରାତ୍ରରେ ରାବଣ ଦରବାରକୁ ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଳା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଯୋଗ ଦେଇଥିବା ବେଳେ ସୋହେଲା ବ୍ଳକ ଅଧ୍ୟକ୍ଷା ବବି ପ୍ରଧାନ, ମେଲଛାମୁଣ୍ଡା ଥାନାଧିକାରୀ ମାନସ କୁମାର ଭୋଇ, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଳ ପଧାନ ପ୍ରମୁଖ ସମ୍ମନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜକ କମିଟି ସଭାପତୀ ପ୍ରଫେସର ସାଧୁଚରଣ ଗଡତିଆ, ଡା.ତାରାକାନ୍ତ ସାହୁ, ଡା.ଦିଲିପ ଭୋଇ, ଡା.ଲୋକପାଲ ଭୋଇ, ଗୁଣନିଧି ଭୋଇ, ସନ୍ତୋଷ ଭୋଇ, ବିରେନ୍ଦ୍ର ଗଡତିଆ, ପ୍ରିୟବ୍ରତ ଭୋଇ, ଭାସ୍କର ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ସବୁକୁ ପରିଚାଲନା କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.