କାମାକ୍ଷାନଗର,(ରିତେଶ ବ୍ରହ୍ମା):ନାଚ ଗୀତ ସାଙ୍ଗକୁ ବାଜା ର ତାଳେ ତାଳେ ଜାତୀୟ ପତାକା ଧରି ଗାଁ ଦାଣ୍ଡରେ ବିଶାଳ ଶୋଭାଯାତ୍ରା। ଏହି ଶୋଭାଯାତ୍ରା କୌଣସି ରାଜନେତାଙ୍କ ପ୍ରଚାର ନୁହଁ କି, କୌଣସି ଭଷାଣି ଉତ୍ସାବ ର ନୁହଁ |ଏହା ହେଉଛି ଜଣେ ଭାରତୀୟ ସେନା ରୁ ଅବସରର ନେଇ ଗାଁ କୁ ଫେରିଥିବା ଜଣେ ଯବାନ ଙ୍କୁ ଗ୍ରାମବାସୀଙ୍କ ତରଫରୁ ଭବ୍ୟ ଅବସର କାଳୀନ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଗ୍ରାମକୁ ପାଛୋଟି ନେବାର ଦୃଶ୍ୟ |ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ଗ୍ରାମରେ। ଗ୍ରାମର ସୁଶାନ୍ତ ଦେହୁରୀ ୨୦୦୨ମସିହା ଜାନୁୟାରୀ ୨୦ ତାରିଖରେ ଭାରତୀୟ ସେନା ରେ ଯୋଗ ଦେଇଥିଲେ। ଦିର୍ଘ ୨୨ବର୍ଷ ଭାରତୀୟ ସେନା ଭାବେ ଭାରତ ମାତାର ସେବା କରି ,୩୧ଜାନୁୟାରୀ ୨୦୨୩ରେ ଭାରତୀୟ ସେନା ରୁ ଅବସର ନେଇଛନ୍ତି|ତେବେ ସେ ବାଙ୍ଗାଲୁର ଏ.ଏସ. ସି ରେ ଭାରତୀୟ ସେନାର ହାବିଲଦାର ଭାବେ ଯୋଗ ଦେଇ ଦୀର୍ଘ ୨୨ ପ୍ରତିକୂଳ ପରିସ୍ଥିତିରେ ଦେଶର ଜାମୁ କାଶ୍ମୀର,ଶ୍ରୀନଗର କୁପଓ୍ବାଡା,ରୋଜରି ରାଜସ୍ତାନ,ବେଙ୍ଗାଲୁର,କଲିକତା,ଆସାମ ଆଦି ବିଭିନ୍ନ ସ୍ଥାନରେ ନିଜର ଦାଇତ୍ୱ ସଠିକ ଭାବେ ସମାପନ କରି ସେ ରାଜସ୍ତାନ ର ବିକାନେର ରେ ଅବସର ନେଇଥିବା କହିଛନ୍ତି |ତେବେ ଆଜି ସେ ଗାଁ ରେ ପହଂଚି ଥିବା ବେଳେ ସାଙ୍ଗ ସାଥି ନାଚି ନାଚି ତାଙ୍କୁ ଅବସର କାଳୀନ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ବେଳେ ଗାଁ ର ମହିଳା ମାନେ ବନ୍ଦାପନା କରି ତାଙ୍କୁ ଘରକୁ ପାଛୋଟି ନେଇଛନ୍ତି |
ତେବେ ସେ ଦୀର୍ଘ ୨୨ବର୍ଷ ଭାରତ ମାତା ର ସେବା କରି ଫେରିଥିବା ବେଳେ, ଏବେ ସେ ଗାଁ ରେ ନିଜ ଜନ୍ମ ମାଟିର ସେବା ପାଇଁ ଗାଁ ରେ ଏକ ମାଗଣା ସେନା ପ୍ରଶିକ୍ଷଣ କେନ୍ଦ୍ର ଖୋଲି ଗାଁ ରୁ ସେନାବାହିନୀ ପାଇଁ ଯୁବକମାନଙ୍କୁ ପ୍ରସ୍ତୁତ କରିବେ ବୋଲି ସେ ଲକ୍ଷ୍ୟ ରଖିଥିବା କହିଛନ୍ତି |ତେବେ ଏ ନେଇ ତାଙ୍କ ମା ଓ ସ୍ତ୍ରୀ ଓ କୁନି ପୁଅ ଆଜି ସୁଶାନ୍ତ ଙ୍କୁ ପାଖରେ ପାଇ ବେଶ ଖୁସି ଥିବା କହିଛନ୍ତି |ସେପଟେ ଭାରତୀୟ ସେନା ରେ ସଠିକ ଭାବେ ନିଜ ଦାଇତ୍ୱ ସମାପନ କରି ଫେରିଥିବ ବନ୍ଧୁ ଙ୍କୁ ପାଇ ସେ ଆଜି ବେଶ ଗର୍ବିତ ବୋଲି କହିଛନ୍ତି ସାଙ୍ଗସାଥି | ତେବେ ଜଣେ ଭରାତୟୀ ସେନା ଙ୍କୁ ନିଜ ଗାଁ ରେ ଏହିଭଳି ଅବସର କାଳୀନ ସ୍ୱାଗତ ସମ୍ବର୍ଦ୍ଧନା, ଗାଁ ରେ ଏକ ଉତ୍ସବ ର ମାହୋଲ ସୃଷ୍ଟି କରିଛି
Sign in
Sign in
Recover your password.
A password will be e-mailed to you.
Prev Post